ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ କୋଏମ୍ବାଟୁର ଏୟାରପୋର୍ଟ ନିକଟରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ଏନକାଉଣ୍ଟର କରି ଧରିଛି ତାମିଲନାଡୁ ପୋଲିସ। ଅଭିଯୁକ୍ତଙ୍କ ଗୋଡ଼କୁ ଗୁଳିମାଡ଼ କରି ଧରିଛି ପୋଲିସ। କଲେଜ ଛାତ୍ରୀଙ୍କୁ ଅପହରଣ ପରେ ନିର୍ଯାତନାନା ଦେଇଥଲେ ୩ ଅଭିଯୁକ୍ତ। କୋଏମ୍ବାଟୁରର ଏକ ଘରୋଇ କଲେଜରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ କାରରେ ଥିଲେ। ଅଭିଯୁକ୍ତ ତାଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। କଲେଜ ଛାତ୍ରୀଙ୍କୁ ଅପହରଣ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବଳପୂର୍ବକ ଅନ୍ୟ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଛି ଗୁଳି।ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

