ନନ୍ଦିଘୋଷ ବ୍ୟୁରୋ : ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତ ଗଣ୍ଡୁଆ ଗ୍ରାମର ବଳି ବାସୁଳି ମନ୍ଦିର, ରଫେତପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ସିରିଜ ଲୁଟ । ଗତକାଲି ବିଳମ୍ବିତ ରାତିରେ ଏକକାଳୀନ ୩ଟି ମନ୍ଦିରରୁ ଚୋରି କରି ଫେରାର ହୋଇଯାଇଛନ୍ତି ଲୁଟେରା । ଠାକୁରଙ୍କର ସୁନା ଓ ରୁପାର ଚିତା, ସୁନା ଓ ରୁପା ହାର, ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସମେତ ଦାନ ବାକ୍ସ ନେଇଯାଇଥିବା ସୂଚନା । ଦୁଇ ଦିନ ଭିତରେ ଖଇରା ଅଂଚଳରେ ୧୦ ରୁ ଉର୍ଦ୍ଧ୍ଵ ମନ୍ଦିରରୁ ଚୋରି ହେଲାଣି l ଅଂଚଳରେ ବାରମ୍ବାର ଚୋରି ଡକାୟତ ବଢ଼ୁଥିବାରୁ ଅଂଚଳ ବାସିଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

