spot_img

Latest Posts

ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୁଆ ଇନିଂସ ; ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୂଆ ଇନିଂସ। ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆଝାରୁଦ୍ଦିନ। ପୂର୍ବରୁ କଂଗ୍ରେସ ସାଂସଦ ଥିବା ଆଝାରୁଦ୍ଦିନ ବର୍ତ୍ତମାନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଲଙ୍ଗାନା ସରକାରରେ ଏବେ ଆଝାରୁଦ୍ଦିନଙ୍କ ସିଧାସଳଖ ପ୍ରବେଶ ହୋଇଛି। ତେଲଙ୍ଗାନା କ୍ୟାବିନେଟରେ ମୁସଲିମ ପ୍ରତିନିଧିତ୍ବ କମ୍ ଥିବାରୁ ଆଝାରୁଦ୍ଦିନଙ୍କୁ କ୍ୟାବିନେଟରେ ସାମିଲ କରାଯାଉଛି ବୋଲି ସୂଚନା ମିଳିଛି। ଜୁବିଲି ହିଲ୍ସ ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳରେ ଆଝାରୁଦ୍ଦିନଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ଏମଏଲସି ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ଜୁବିଲି ହିଲ୍ସରୁ କଂଗ୍ରେସ ପ୍ରାର୍ଥୀ ଥିଲେ ଆଝାରୁଦ୍ଦିନ। ମାତ୍ର ସେ ବିଆରଏସର ମାଗନ୍ତି ଗୋପିନାଥଙ୍କଠାରୁ ୧୬ ହଜାର ଭୋଟରେ ପରାସ୍ତ ହୋଇଥିଲେ।

Latest Posts

Don't Miss