ଆଜି ମହିଳା ଦିନିକିଆ ବିଶ୍ୱକପରେ ଭାରତ-ଅଷ୍ଟ୍ରେଲିଆ ସେମି ଲଢ଼େଇ। ମୁମ୍ବାଇରେ ଦିନ ତିନିଟାରେ ଖେଳାଯିବ ଏହି ମ୍ୟାଚ। ପରାଜୟର ପ୍ରତିଶୋଧ ନେବାକୁ ଭାରତ ପୁରା ପସ୍ତୁତ ରହିଥିବା ଦେଖବାକୁ ମିଳିଛି। ହେଲେ ଏଲିସ ହେଲୀଙ୍କ ଅଷ୍ଟ୍ରେଲିଆକୁ ହରାଇବା ସହଜ ହେବନି। ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଗୋଟିଏ ଥର ଭାରତକୁ ପରାସ୍ତ କରିସାରିଛି। ଏସବୁ ଭିତରେ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ନିଜର ଅଭ୍ୟାସକୁ ଜୋରଦାର କରିଛନ୍ତି। ଘରୋଇ ମାଟିରେ ମହିଳା ଦିନିକିଆ ବିଶ୍ୱକପରେ ମଧ୍ୟ ମନ୍ଧାନା ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ସେ ଏବେ ଚଳିତ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ମଧ୍ୟ ହୋଇ ରହିଛନ୍ତି। ବାମହାତୀ ବ୍ୟାଟର ସ୍ମୃତି ମନ୍ଧାନା ବିଶ୍ୱକପର ଶେଷ ଦୁଇ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦୯ ଓ ବାଂଲାଦେଶ ବିପକ୍ଷରେ ଅପରାଜିତ ୩୪ ରନର ଇନିଂସ ଖେଳିଥିଲେ। ଏହାପରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ରେଟିଂ ସହ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।

