ମୋନ୍ଥା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ। ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏ ବୈଠକ। ବାତ୍ୟା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ। ଆସନ୍ତା ୨୯ ତାରିଖ ପାଇଁ ୮ ରେଡ୍ ଆଲର୍ଟ ଜିଲ୍ଲା ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ପ୍ରସାସନ ସହ ସରକାର ଆଲୋଚନା କରିଛନ୍ତି। ବିଭିନ୍ନ ବିଭାଗ ସହ ମଧ୍ୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଆଜି ଚୂଡାନ୍ତ ବୈଠକ ବସିଥିଲା। ଏଥିରେ ଜିଲ୍ଲାସ୍ତରର ସମୀକ୍ଷା ନେଇ ଆଲୋଚନା ହୋଇଥିଲା। ସରକାରରୁ ଜିଲ୍ଲା, ବ୍ଲକ, ପଂଚାୟତ ପ୍ରଶାସନ ଯାଏଁ ପ୍ରସ୍ତୁତି ସରିଛି। ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି।
ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ ପ୍ରଭାବ କମିବ। ଏହା ମାଲକାନଗିରିରୁ କ୍ରସ କରି ଛତିଶଗଡ ଯିବ। ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ପ୍ରଭାବିତ ହେବ। ଛତିଶଗଡ ପଟେ ବର୍ଷା ହୋଇ ପାରେ। ପାଣି ମହାନଦୀକୁ ଆସିବାର ସମ୍ଭାବନା ଅଛି। 88% ପାଣି ଜଳଭଣ୍ଡାରରେ ଥିଲା। ଏବେ ପାଣି ଛାଡିବା ଆରମ୍ଭ ହେଲାଣି। ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଗଲାଣି। SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ରପ୍ରଦେଶ ଲୋକ ଓଡ଼ିଶା ସମୁଦ୍ରରେ ଥିବା ଜଣା ଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ। ସଫଳତା ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା ବୋଲି କହିଛନ୍ତି ଏସଆରସି।
ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ। 200 ଗର୍ଭବତୀ ସ୍ଥାନାନ୍ତର ହେଲେଣି। ବାକି ବି ହେବେ। ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଗଲାଣି। କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ଆସିବାକୁ କୁହାଯାଉଛି। ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି. ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି. ନିଜ ଜିନିଷ ସୁରକ୍ଷିତ ରଖିବାକୁ ଲୋକ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସିବାକୁ କୁହାଯାଇଛି। ବାତ୍ୟା ସମୟରେ 60-90 କିଲୋମିଟର ବେଗରେ ବହିବ। 8 ଜିଲ୍ଲାରେ 200 ରିଲିଫ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟ ସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି 8 ଜିଲ୍ଲାରେ 28, 29, 30 ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି. ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପ ଜରିଆରେ ନିଷ୍କାସନ ଲାଗି କୁହାଯାଇଛି। ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହଜୁଦ ଅଛି। ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି।

