spot_img

Latest Posts

ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ : କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ

ନନ୍ଦିଘୋଷ ବ୍ୟୁରୋ : ପୁଣି ଟାରିଫ ପ୍ରସଙ୍ଗରେ ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ। ଓଟୱାରେ ଆୟୋଜିତ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ପରେ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ। ବିଭିନ୍ନ ଅପପ୍ରଚାରଧର୍ମୀ ବିଜ୍ଞାପନ ପ୍ରସାରଣ କରୁଥିବା ଅଭିଯୋଗରେ କାନାଡା ଉପରେ ଏହି ଟାରିଫ ବୋଝ ଲଦିଛନ୍ତି ଟ୍ରମ୍ପ। କାନାଡାର ଓଣ୍ଟାରିଓରେ ଆୟୋଜିତ ହୋଇଥିଲା ଟରଣ୍ଟୋ ବ୍ଲୁ ଜେସ ଓ ଲସ ଆଞ୍ଜେଲସ ଡଜର୍ସ ମଧ୍ୟରେ ବେସବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଥିଲା। ଏଥିରେ ଆମେରିକାର ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ରୋନାଲଡ ରେଗାନ ଆଗକୁ ଟ୍ରେଡ ୱାର ଓ ଅର୍ଥନୈତିକ ସଂକଟ ଆସୁଥିବା ସମ୍ପର୍କରେ ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଟ୍ରମ୍ପ। ବିଭିନ୍ନ ତଥ୍ୟର ଭୁଲ ଉପସ୍ଥାପନା ଯୋଗୁ କାନାଡା ବିରୋଧରେ ଏହି ପଦକ୍ଷେପ ନିଆଗଲା ବୋଲି ସେ କହିଛନ୍ତି। ଓଣ୍ଟାରିଓ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ୧୯୮୭ରେ ରେଗାନଙ୍କ ଏକ ରେଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା। ଏଥରେ ସେ ଟାରିଫକୁ ସମାଲୋଚନା କରିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ରେଗାନ ଯାହା କହିଥିଲେ ତାହାର ଭୁଲ ଉପସ୍ଥାପନା କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ।

Latest Posts

Don't Miss