ଅବସର ନେଇ ପାରନ୍ତି ବିରାଟ ! ଆଉଟ ହେବା ପରେ ଦେଲେ ଇଶାରା…

ନନ୍ଦିଘୋଷ ବ୍ୟୁରୋ ; ଯାହାର ଭୟ ଥିଲା ଶେଷରେ ସେୟା ହିଁ ହେଲା । ପର୍ଥରୁ ଆଡିଲେଡ୍ ବିରାଟ କୋହଲିଙ୍କ ପାଇଁ କିଛି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଆଡିଲେଡରେ ମଧ୍ୟ ଶୂନରେ ଆଉଟ ହୋଇଛନ୍ତି । କୋହଲି ନିଜର ୧୭ ବର୍ଷର କ୍ୟାରିୟର ଭିତରେ ସେ ଲଗାତାର ଦୁଇଟି ଦିନିକିଆରେ ଶୂନ କରି ଆଉନ ହୋଇଛନ୍ତି ।
ସନ୍ୟାସ ନେଇପାରନ୍ତି ବିରାଟ ?
ଦୁଇ ଦୁଇଟି ଦିନିକିଆରେ ଶୂନ ରନ କରି ବିରାଟ ପବେଲିୟନକୁ ଫେରୁଥିଲେ । ଯେତେବେଳେ ସେ ବାଉଣ୍ଡ୍ରି ନିକଟରେ ପହଞ୍ଚିଥିଲେ । ସେତେବେଳେ ଭାରତୀୟ ପ୍ରଶସଂକମାନେ ଠିଆ ହୋଇ ଇଣ୍ଡିଆନ ସୁପରଷ୍ଟାର ବୋଲି ଅଭିନନ୍ଦନ ଜଣାଇଥିଲେ । ହାତରେ ଗ୍ଲୋବ୍ସ ଧରି ପ୍ରଶସଂକମାନଙ୍କ ଅଭିନନ୍ଦନକୁ ଯେଉଁଭଳି ଭାବରେ ଗ୍ରହଣ କରିଥିଲେ, ସେଥିରୁ ଅନେକ କିଛି ଜଣାପଡୁଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କୋହଲିଙ୍କ ଇଶାରାରୁ ଜଣାପଡୁଥିଲା କି ତାଙ୍କର ଅବସରର ନେବାର ସମୟ ଆସିଯାଇଛି । ଅକ୍ଟୋବର ୨୫ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପରେ ଅବସର ଘୋଷଣା କରିପାରନ୍ତି ।
ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଶୁଭବନ ଗିଲଙ୍କ ଆଉଟ ପରେ ବିରାଟ କୋହଲି ଗ୍ରାଉଣ୍ଡକୁ ଫେରିଥିଲେ । ସେ କେବଳ ଚାରୋଟି ବଲ୍ର ସମ୍ମୁଖୀନ ହୋଇଥିଲେ ଏବଂ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଜାଭିୟର ବାର୍ଟଲେଟ୍ ତାଙ୍କୁ ଏଲବିଡବ୍ଲ୍ୟୁ ଆକାରରେ ଆଉଟ କରିଥିଲେ । ଏହା ପୂର୍ବରୁ ପର୍ଥରେ ସିରିଜର ପ୍ରଥମ ଏକଦିବସୀୟ ମ୍ୟାଚ୍ରେ କୋହଲି ଆଠଟି ବଲ୍ର ସମ୍ମୁଖୀନ ହୋଇ ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ।