ପିକଅପ୍ ଉପରେ ଚଢ଼ିଗଲା ହାଇଓ୍ବା, ୨ ମୃତ

କଣ୍ଟାମାଳ : ଘଣ୍ଟାପଡା ଥାନା ଅନ୍ତର୍ଗତ ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଉପରେ ଚଢ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପିକଅପରେ ଥିବା ୮ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ, ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି।କନ୍ଧମାଳ ଜିଲ୍ଲା ପଟୁ କିଛି ଶ୍ରମିକ ରାସ୍ତା କାମ ସାରି ନିଜ ଘରକୁ ଏକ ପିକଅପ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇଓ୍ବା ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ଭାରସାମ୍ୟ ହରାଇ ପିକଅପ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୮ରୁ ଉର୍ଦ୍ଧ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଆହତଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରାଯାଇଛି।