ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପକାଇବେ ଶ୍ରଦ୍ଧାଳୁ

ପୁରୀ : ଆଜି ଦୀପାବଳି ଓ ପୟାଶ୍ରାଦ୍ଧ । ବଡ଼ବଡୁଆ ଡାକରେ କମ୍ପୁଛି ପୁରୀ ବଡ଼ଦାଣ୍ଡ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡୁଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ୪ଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ ।
ଶ୍ରୀମନ୍ଦିର ଚାରିପଟେ ପୟା ଶ୍ରାଦ୍ଧ ଦେଇ ବଡ଼ବଡୁଆଙ୍କୁ ଅନ୍ଧାରରେ ଆସି ଆଲୋକରେ ବିଦାୟ ଦେଉଛନ୍ତି । ଦୀପାବଳି ନେଇ ଚଳିତ ବର୍ଷ ଦ୍ବନ୍ଦ୍ବ ଥିବାରୁ ୨୦ ଓ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା । ଭୋର ୪ଟା ରୁ ରାତି୧୦ ଟା ଯାଏଁ ଲାଗୁ ରହିଛି ଟ୍ରାଫିକ କଟକଣା । ମାର୍କେଟ ଛକ ଠାରୁ ସିଂହଦ୍ବାର ଯାଏ ନୋ ଭେହିକିଲ ଜୋନ୍ କରାଯାଇଛି ।