ରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆତ୍ମହତ୍ୟା ଘଟଣା : ଦୁଇ ପୋଲିସ ଅଧିକାରୀଙ୍କ ନାଁରେ ଏତଲା

1 min read

ନନ୍ଦିଘୋଷ ବ୍ୟୁରୋ : ହରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର ଆତ୍ମହତ୍ୟା ଘଟଣା। ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ସରକାର। ଆପିଏସଙ୍କ IAS ପତ୍ନୀଙ୍କୁ ମଧ୍ୟ ପୋଲିସ ନୋଟିସ କରିଛି। ମାମଲାରେ ରୋହତକଙ୍କ ଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହରିୟାଣା ଗସ୍ତ ପୂର୍ବରୁ ଡିଜିପିଙ୍କୁ ଛୁଟିରେ ପଠାଯାଇଛି।

ଆଇପିଏସ୍ ଅଧିକାରୀ ୱାଇ.ପୁରନଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖୁଲାସା। ରୋହତକ ଏସ୍ପି ନରେନ୍ଦ୍ର ବିଜାର୍ନିଆଙ୍କୁ ପୂର୍ବରୁ ବଦଳି କରାଯାଇଥିଲା। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଚଣ୍ଡିଗଡ଼ ଗସ୍ତରେ ଯାଉଛନ୍ତି। ଉଭୟ ନେତା ଆଇପିଏସ୍ ଅଧିକାରୀ ୱାଇ ପୁରନଙ୍କ ପରିବାର ସହିତ ସାକ୍ଷାତ କରିବେ। ଏହା ପୂର୍ବରୁ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଯାଇଛି।ଗତକାଲି ବିଳମ୍ବିତ ରାତିରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଇବାର ନିଷ୍ପତ୍ତି ନିଆଯାଇଛି। ଆଇପିଏସ୍ ଆତ୍ମହତ୍ୟା ମାମଲା ପରେ ନାୟବ ସିଂହ ସାଇନି ସରକାରଙ୍କ ଉପରେ ହରିୟାଣା ଡିଜିପିଙ୍କୁ ହଟାଇବା ପାଇଁ ଚାପ ବଢ଼ୁଥିଲା।

ଆଇପିଏସ୍ ଅଧିକାରୀ ୱାଇ.ପୁରନ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରି ଅନେକ ଦଳିତ ସଂଗଠନ ଏକତ୍ରିତ ହୋଇ ଏକ ମହାପଞ୍ଚାୟତ ଡକାଇଥିଲେ। ସେମାନେ ସରକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହି ୪୮ ଘଣ୍ଟା ଆଜି ଶେଷ ହେଉଛି। ଗତ ୭ ତାରିଖରେ ଚଣ୍ଡିଗଡସ୍ଥିତ ସେକ୍ଟର ୧୧ ବାସଭବନରେ ନିଜ ସର୍ଭିସ ରିଭଲଭରରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର। ମୃତ୍ୟୁ ପୂର୍ବରୁ ସେ ଏକ ଉଇଲ ଓ ୯ ପୃଷ୍ଠାର ସୁଇସାଇଡ ନୋଟ ଛାଡି ଯାଇଥିଲେ। ସେଥିରେ ଚାକିରିଜନିତ ସମସ୍ୟାକୁ ସେ ଉଲ୍ଲେଖ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ୨୦୦୧ ବ୍ୟାଚ ଆଇଏଏସ ଅଧିକାରୀ ତଥା ପତ୍ନୀ ଅନମିତ। ସ୍ବାମୀଙ୍କୁ ଜାତିଭିତ୍ତିକ କଟାକ୍ଷ କରାଯିବା ଏବଂ ଚାକିରି କ୍ଷେତ୍ରରେ ନିର୍ଯାତନାର ସମ୍ମୁଖୀନହୋଇ ଆତ୍ମହତ୍ୟା କରିଥିଲେ ବୋଲି କହିଥିଲେ ଅନମିତ।