ପାରିବାରିକ କଳହର କରୁଣ ପରିଣତି ; ଝଗଡା ପରେ ଝୁଲି ପଡିଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଝଗଡା ପରେ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗାଁର ବାପୁନ ସାହୁ ଏବଂ ନିଜ ସ୍ତ୍ରୀ ଲିଟିଲ ସାହୁଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡା ଲାଗିରହେ । ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ପୁଣି ଝଗଡା ହୋଇଥିଲା । ଝଗଡା ପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ଘରେ ଝୁଲି ପଡ଼ିଥିଲେ ।ପରେ ଘର ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ତଳକୁ ଓଲ୍ହାଇ ଥିଲେ । ଘଟଣାସ୍ଥଳରେ ସ୍ୱାମୀ ବାପୁନଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଲିଟିଲଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଏବଂ ପରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।