ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ : ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ବେଲଡାଙ୍ଗା ଥାନା ଆଣ୍ଡିରନ ହାଲଦାରପଡାରେ ଘଟିଛି ଏଭଳି ଘଟଣା । ସଞ୍ଜିତ ହାଲଦାର ତାଙ୍କ ଘରେ ସ୍ତ୍ରୀ ଏବଂ ପୁଅର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତା’ପରେ ସେ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସକାଳେ ସଞ୍ଜିତ ହାଲଦାରଙ୍କ ମାଆ ବାଥରୁମକୁ ଯାଇ ତାଙ୍କ ପୁଅକୁ ଝୁଲୁଥିବାର ଦେଖିଥିଲେ । ସେ ଶୀଘ୍ର ପଡ଼ୋଶୀମାନଙ୍କୁ ଡାକିବା ପରେ ପଡ଼ୋଶୀମାନେ କବାଟ ଖୋଲିଥିଲେ । ପରେ ସ୍ତ୍ରୀ ଓ ପୁଅର ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି । ବେଲଡାଙ୍ଗା ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି । ଘଟଣାରେ ଅନ୍ୟ କୌଣସି କାରଣ ଜଡିତ ଅଛି କି ନାହିଁ ତାହା ବେଲଡାଙ୍ଗା ଥାନାର ପୁଲିସ ତଦନ୍ତ କରୁଛି। ତେବେ, ସଞ୍ଜିତ ହାଲଦାରଙ୍କ ମାଆ କହିଛନ୍ତି ଯେ ସଞ୍ଜିତ ହାଲଦାରଙ୍କ ସ୍ତ୍ରୀ କାରଣରୁ ଏହି ଘଟଣା ଘଟିଛି।