ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା

ସୁଉଚ୍ଚ ତୋରଣ । ଲାଇଟଗେଟ ସାଙ୍ଗକୁ ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା । କେନ୍ଦ୍ରାପଡା ସହରର ୨୧ଟି ୱାର୍ଡର ୬୮ଟି ସ୍ଥାନରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ମୁଖ୍ୟତଃ ସହରର ତିନିମୁହାଣୀ, “ଲ” କଲେଜ ଛକ, ଦୁହୁରିଆ, କାକଟ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ଖଡ଼ିଅଙ୍ଗ, ସାଆନ୍ତ ସାହି, ଡାକବଙ୍ଗଳା ଛକ, ପ୍ରଭୃତି ଅଂଚଳରେ “ମା” ଙ୍କ ମୃଣ୍ମୟୀ ମୃର୍ତ୍ତି ପୂଜା ପାଉଛି । ସେଥିମଧ୍ୟରୁ କେତେକ ପୂଜା ମଣ୍ଡପରେ ନିତାଇଗୌର, ହରପାର୍ବତୀ, ବରାହଲକ୍ଷ୍ମୀ, ରାଧାକୃଷ୍ଣ, ମହାବୀର ମଧ୍ୟ ପୂଜା ପାଉଛନ୍ତି। ସୁଉଚ୍ଚ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ ।
କେନ୍ଦ୍ରାପଡାରେ କୁମାରପୂର୍ଣ୍ଣିମା ଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ଆସନ୍ତା ରବିବାର ଯାଏଁ ପୂଜା ଚାଲିବ । ସନ୍ଧ୍ୟା ହେଲେ ପୂଜା ସାଙ୍ଗକୁ ସୁଉଚ୍ଚ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ । ମାଆଙ୍କ ମୂର୍ତ୍ତି ଦେଖି କୃତାର୍ଥ ହେଉଛନ୍ତି ଭକ୍ତ । କେନ୍ଦ୍ରାପଡାରେ ଜମୁଛି ଗଜଲକ୍ଷ୍ମୀ ପୂଜା । ପୂଜାକୁ ଶାନ୍ତିଶୃଙ୍ଖଳାରେ ସାରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।