ରସାୟନ ବିଜ୍ଞାନରେ ନୋବେଲ: ୩ ବୈଜ୍ଞାନିକଙ୍କ ନାମ ଘୋଷଣା

1 min read

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆର ବୈଜ୍ଞାନିକ (ସୁସୁମୁ କିତାଗାଓ୍ବା, ରିଚାର୍ଡ ରବସନ ଓ ଉମର ଏମ. ୟାଘୀ)ଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି । ଡେଭଲପମେଣ୍ଟ ଅଫ୍ ମେଟଲ ଅର୍ଗାନିକ ଫ୍ରେମଓ୍ବାର୍କ ପାଇଁ ଏହି ୩ ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ରୟାଲ ସ୍ବିଡିଶ ଏକାଡେମୀ ଅଫ୍ ସାଇନ୍ସେସ ତରଫରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।

ରସାୟନ ବିଜ୍ଞାନ ପୁରସ୍କାର ବିଜେତା ରିଚାର୍ଡ ରବସନ ୧୯୮୯ରେ ପରମାଣୁର ଅନ୍ତର୍ନିହିତ ଗୁଣର ଏକ ନୂଆ ତରିକାରେ ଉପଯୋଗ କରିବାର ପରୀକ୍ଷଣ କରିଥିଲେ । ଗ୍ୟାସ ସରଞ୍ଚନାର ଭିତରେ ଓ ବାହାରେ ପ୍ରବାହିତ ହୋଇପାରେ ବୋଲି ସୁସୁମୁ ଦେଖାଇଥିଲେ । ଧାତୁ-କାର୍ବୋନିକ ଢାଞ୍ଚା (ଏମଓଏଫ)କୁ ନମନୀୟ କରାଯାଇପାରିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ । ସେହିପରି ୟାଘୀ ବହୁତ ସ୍ଥିର ଏମଓଏଫ ପ୍ରସ୍ତୁତ କରିଥିଲେ ଓ ଏହି ତର୍କସଙ୍ଗତ ଡିଜାଇନର ଉପଯୋଗ କରି ସଂଶୋଧିତ କରାଯାଇପାରେ ବୋଲି ଦେଖାଇଥିଲେ ।