ବିହାର ରାଜନୀତିରେ ଚିରାଗ ଫ୍ୟାକ୍ଟର, ମିଳିବ କେତେ ଆସନ ?

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଆସନ ଭାଗବଣ୍ଟାକୁ ଏବେ କସରତ ଆରମ୍ଭ ହୋଇଛି । ସେପଟେ ମହାଗଠବନ୍ଧନ ପକ୍ଷରୁ ଆସନ ବୁଝାମଣା ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପଟେ ଏନଡିଏ ମେଣ୍ଟ ମଧ୍ୟରେ ଏଯାବତ ଆସନ ଭାଗବଣ୍ଟା ସରିନାହିଁ । ଏଲଜେପି (ରାମ ବିଳାସ ପାସଓ୍ବାନ)ଙ୍କ ଦଳ ଅଧିକ ଆସନରେ ଲଢ଼ିବା ଲାଗି ଦାବି କରୁଥିବାବେଳେ ବିଜେପି ଏବଂ ଜେଡିୟୁ କେତେ ଆସନରେ ନିର୍ବାଚନ ଲଢ଼ିବେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହାରି ଭିତରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ନିଜ ପିତାଙ୍କୁ ମନେ ପକାଇଛନ୍ତି । ସେ ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି କି, ମୁଁ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିହାର ଏବଂ ବିହାରୀଙ୍କ ସ୍ବପ୍ନ ସାକାର କରିବା ଲାଗି ମୁଁ ପ୍ରତିବନ୍ଧ । ଏହା ସେ ଲେଖିଛନ୍ତି କି, ବାପା ମୁଁ ଆପଣଙ୍କ ପଥକୁ ଅନୁସରଣ କରୁଛି । ଏହା ମଧ୍ୟ କହିଛନ୍ତି ଯେ ରାମବିଳାସ ପାସୱାନ ଯେଉଁ ବିହାରର ବ୍ୟାପକ ଏବଂ ସର୍ବାଙ୍ଗୀନ ବିକାଶର ସ୍ୱପ୍ନ ଦେଖିଥିଲେ ତାହା ସାକାର କରିବାର ସମୟ ଆସିଛି। ସେ କହିଛନ୍ତି, “ଆପଣ ମୋ କାନ୍ଧରେ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ପୂରଣ କରିବା ମୋ ଜୀବନର ଉଦ୍ଦେଶ୍ୟ ଏବଂ କର୍ତ୍ତବ୍ୟ।”

ସେପଟେ ପ୍ରକାଶ ପାଣ୍ଡେ ଲେଖିଛନ୍ତି କି, ବିହାରର ଯୁବପିଢ଼ି ଏବେ ଯୁବ ବିହାର ସହିତ ଆଗକୁ ବଢ଼ିବାକୁ ଚାହୁଁଛି । ଏକ ଯୁବ ବିହାର ଗଢ଼ି ତୋଳିବା ପାଇଁ… ଆଜି, ବିହାରର ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିରେ ଏବଂ ପ୍ରତ୍ୟେକ ଗାଁରେ ଯଦି କୌଣସି ମୁହଁ ଲୋକପ୍ରିୟ, ତେବେ ତାହା ହେଉଛି ମୋର ନେତା। ଯାହାଙ୍କ ନୀତି ଲୋକମାନେ ଅନୁସରଣ କରିବାକୁ ଚାହାଁନ୍ତି ସେ ହେଉଛନ୍ତି ମୋର ନେତା। ନା ଜାତି, ନା ଧର୍ମ, ନା ସମ୍ପ୍ରଦାୟ, ଆମର ନେତାମାନେ ବିହାରୀ ଏବଂ ବିହାର ବିଷୟରେ କଥା ହୁଅନ୍ତି ନାହିଁ। ବିହାର ଏଥିରେ ଗର୍ବିତ, ପ୍ରତ୍ୟେକ ବିହାରୀ ଗର୍ବିତ। ଏହା ହେଉଛି ବିହାରର ଘୋଷଣା। ବିହାର ଚିରାଗମ୍ୟ ହେବ! ଜୟ ବିହାର!! ଜୟ ଚିରାଗ!”

ତେବେ ରାଜ୍ୟରେ ଏବେ ଚିରାଗଙ୍କ କ୍ରେଜ ବଢ଼ିଥିବା କୁହାଯାଉଥିବାବେଳେ ତାଙ୍କ ଦଳ ଅଧିକ ଆସନରେ ଲଢ଼ିବ ବୋଲି କୁହାଯାଉଛି । ଏନଡିଏ ସହଯୋଗୀ ଜିତନରାମ ମାଞ୍ଜୀଙ୍କ ଦଳ ମଧ୍ୟ ଏବେ ଅଧିକ ଆସନରେ ଲଢ଼ିବା ଲାଗି ଦାବି ଧରିଛି । ଏହାରି ଭିତରେ ବିଜେପି ଏବଂ ଆରଜେଡି କେତେ ଆସନ ଲାଗି ପ୍ରାର୍ଥୀ ଘୋଷଣା କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।