LTR ଶିକ୍ଷକ ପଦବୀ ନିଯୁକ୍ତି ବାହାର କଲେ: ହେଲେ ନିଯୁକ୍ତି ପ୍ରକ୍ରିୟା ଭୁଲିଗଲା OSSC

1 min read

OSSC ଆଗରେ ଓଡ଼ିଶା ହାଇସ୍କଲୁ ଶିକ୍ଷକ ଆଶାୟୀ ସଂଘର ଧାରଣା । LTR ଶିକ୍ଷକ ପଦବୀ ନିଯୁକ୍ତି ବାହାର କଲେ । ହେଲେ ନିଯୁକ୍ତି ପ୍ରକ୍ରିୟା ଭୁଲିଗଲା OSSC । ଥରେ କି ଦୁଇ ଥର ନୁହଁ ୨୫ ଥର ଆୟୋଗଙ୍କୁ ଭେଟିଲେଣି ଆଶାୟୀ । ଶୁଣାଣି ଲାଗି ତାରିଖ ପରେ ତାରିଖ ପଡୁଛି, ହେଲେ ଫଳ ଶୂନ । ୯ ତାରିଖ ଶେଷ କଣ୍ଟ । ଧାରଣା କି ଗର୍ଜନ ନୁହଁ, ଆଶାୟୀ କରିବେ ଆୟୋଗଙ୍କ ନାମରେ ବ୍ୟକ୍ତିଗତ କେସ । କାହାର ବାପା ଦିନ ମଜୁରିଆ ତ କାହାର ବାପା ଚାଷୀ । ଚାକିରିକୁ ଅପେକ୍ଷା କରି ବୟସ ଗଡି଼ ଗଲାଣି । ପ୍ରାରମ୍ଭିକ ପରୀକ୍ଷାରେ ଭଲ ମାର୍କ ରଖିଥିଲେ ବି ମୁଖ୍ଯ ପରୀକ୍ଷା ହୋଇ ପାରୁନି । ଆଉ ଏହି ଆଶାୟୀ ଜଣଙ୍କ ଦିବ୍ୟାଙ୍ଗ । ଝାରୁସୁଗୁଡା ଜିଲ୍ଲାରୁ ଥରେ ଆସିଲେ ହଜାରେ ଖର୍ଚ୍ଚ । ଏହିପରି ସବୁ ଜିଲ୍ଲାରୁ ପିଲା ମାନେ ହକ୍ ପାଇଁ ଟଙ୍କା ଖର୍ଚ୍ଚ କରି OSSC ଆଗରେ ଚକ୍କର କାଟୁଛନ୍ତି ।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ୨୦୨୪ ଅକ୍ଟୋବର ୨୨ ତାରିଖରେ LTR ପଦ ପୂରଣ ପାଇଁ ବିଜ୍ଞାପନ ବାହାର କରିଥିଲେ । ପ୍ରାରମ୍ଭିକ ପରୀକ୍ଷା ମାର୍ଚ୍ଚ ୨୨ ତାରିଖରେ ହୋଇଥିଲା। କେବଳ ଉର୍ଦ୍ଦୁ, ତେଲ୍ଗୁ ଆଦିର ଫଳ ପ୍ରକାଶିତ ହୋଇଥିଲା । ହେଲେ LTR କଳା ବିଭାଗର ଓଡି଼ଆ, ହିନ୍ଦୀ ମେନ୍ ପରୀକ୍ଷା ହୋଇ ପାରୁନି । ଗତ ମାର୍ଚ୍ଚ ୨୩ ଜୁନ ତାରିଖରେ TGT ଆର୍ଟସ ଓ ୨୯ ଜୁନ ତାରିଖରେ TGT ଓଡ଼ିଆ ମୁଖ୍ୟ ପରୀକ୍ଷା ହେବା ପାଇଁ ବିଜ୍ଞାପନ ବାହାର କରିଥିଲେ । କୋର୍ଟରେ କେସ ଥିବାରୁ ଆର୍ଟସ ଓଡ଼ିଆର ପରୀକ୍ଷା ହୋଇନଥିଲା । ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ OSSC ଏହାକୁ ପାଳନ କରୁନଥିବାରୁ ଆଶାୟୀମାନେ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । ଏଣୁ ନିଯୁକ୍ତି ପ୍ରକ୍ରିୟାରେ ବାଧକ ସାଜିଥିବା ଅଦୃଶ୍ୟ ଶକ୍ତି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସଂଘ ଦାବି କରିଛି ।  ଆସନ୍ତା ୯ ତାରିଖରେ ଶୁଣାଣି । ତେବେ ସମାଧାନ ବାଟ ନ ବହାରିଲେ ଗାନ୍ଧୀ ମାର୍ଗରେ ଗର୍ଜନ କରିବା ସହିତ ପ୍ରତ୍ୟେକ ପିଲା ବ୍ୟକ୍ତିଗତ ଭାବରେ କେସ ଫାଇଲ କରିବେ ବୋଲି ଚେତାବନୀ ଦେଇଛନ୍ତି ।