ମହିଳାଙ୍କୁ ବିବାହର ମିଛ ପ୍ରତିଶୃତି ଦେଇ ଯୁବକ ଫେରାର

ନନ୍ଦିଘୋଷ ବ୍ୟୁରୋ : ମହିଳାଙ୍କୁ ବିବାହର ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଯୁବକ ଫେରାର । ଏହି ଘଟଣାକୁ ନେଇ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଟଣୀ ଥାନା ଅଧିକାରୀ ଘଟଣାର ତଦନ୍ତ କରି ଯୁବକଙ୍କୁ କାବୁ କରିବା ପାଇଁ ଚଢ଼ାଉ ଜାରି ରଖିଛନ୍ତି । ଅଭିଯୁକ୍ତ ଯୁବକ ଜଣକ ହେଲେ ଡେଲାଙ୍ଗ ଥାନା ଗୋଧି ସାହି ହରିପୁରର ନିହାର ରଞ୍ଜନ ବେହେରା । ମହିଳା ଜଣକ ଯୁବକଙ୍କ ଘରକୁ ଯାଇ ସବୁ ଜଣାଇଥିଲେ । ନିହାରଙ୍କ ପରିବାର ଯେହେତୁ ପୁଅର ସମସ୍ତ ଘଟଣା ଜାଣିଥିଲେ ମହିଳାଙ୍କୁ ଆଶ୍ବସନା ଦେବା ବଦଳରେ ମହିଳାଙ୍କ ଆପତ୍ତିଜନକ ଫୋଟୋ ଭାଇରଲ ଏବଂ ଜୀବନରୁ ମାରିବା ପାଇଁ ଧମକ ଦେଇଥିଲେ । ସବୁ ଆଡୁ ନିରାଶ ହେବା ପରେ ମହିଳା ଜଣକ ଜଟଣୀ ଥାନାର ଦ୍ବାରସ୍ତ ହୋଇ ନ୍ୟାୟ ମାଗିଛନ୍ତି । ଏପର୍ଯ୍ୟନ୍ତ ଜଟଣୀ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ।