ଫିକା ପଡିବ ଦଶହରା ; ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି

ଭୁବନେଶ୍ବର : ଆଜି ଫିକା ପଡିବ ଦଶହରା । ଲଘୁଚାପ ପ୍ରଭାବରେ ପୁଣି ଭିଜିବ ସାରା ଓଡ଼ିଶା । ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ନେଇପାରେ ଅବପାତର ରୂପ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ କେନ୍ଦ । ତେବେ ପୁରୀ ଓ ଜଗତସିଂପୁର ଜିଲାକୁ ରେଡ ଆଲର୍ଟ ଜାରି କରିଛି ବିଭାଗ ।

ସେପଟେ ଖୋର୍ଦ୍ଧା,କଟକ,ଯାଜପୁର,ଭଦ୍ରକ, ବାଲେଶ୍ଵର,ମୟୁରଭଞ୍ଜ, ଢେ଼ଙ୍କାନାଳ,ନୟାଗଡ଼,ଗଞ୍ଜାମ, ଗଜପତି,କନ୍ଧମାଳ, କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସହ ବିଜୁଳୀ ଘଡଘଡି ଓ ପବନ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଏଭଳି ବର୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ୩ଦିନ ପର୍ଯ୍ୟନ୍ତ ନଯିବାକୁ ପରାମର୍ଶ ଦିଆଯାଇଛି  ।