JDUକୁ ଲାଗିପାରେ ବଡ଼ ଝଟକା, RJD ରେ ମିଶିବେ ଡାକ୍ତର ସଞ୍ଜିବ !

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନରେ ବିହାରରେ ନିର୍ବାଚନ ହେବାକୁ ଥିବାବେଳେ ଏବେଠାରୁ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଜେଡିୟୁକୁ ଏକ ବଡ଼ ଝଟକା ଲାଗିପାରେ ବୋଲି କୁହାଯାଉଛି । ଜଣାଶୁଣା ନେତା ଡାକ୍ତର ସଞ୍ଜିବ ଆରଜେଡିରେ ଯୋଗ ଦେଇପାରନ୍ତି । ସେ ଆସନ୍ତା ୩ ତାରିଖରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଉପସ୍ଥିତିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ନିକଟରେ ସେ ତେଜସ୍ବୀଙ୍କୁ ଭେଟିଥିବାବେଳେ ଦଳରେ ନିଶ୍ଚିତ ଭାବେ ମିଶିପାରନ୍ତି ବୋଲି ବିହାରର ରାଜନୈତିକ ମାହୋଲ ବେଶ ସରଗରମ ହୋଇଛି । ତେବେ ଉଭୟଙ୍କ ଭେଟଘାଟର ଫଟୋ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଆରଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ଜୋରଦାରରେ ଚାଲିଥିବା ଖବରରୁ ମିଳିଛି ।