ପ୍ରକାଶ ପାଇଲା ଭାରତର ଧନୀ ତାଲିକା, ପ୍ରଥମଥର କୋଟିପତି ତାଲିକାରେ ସାମିଲ ହେଲେ ଶାହାରୁଖ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ବଢ଼ୁଛନ୍ତି କୋଟିପତି । ଏମ୩ଏମ ହୁରୁନ୍ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି ଭରତର ଧନୀ ତାଲିକା । ଏହି କୋଟିପତି ତାଲିକାରେ ପୁଣିଥରେ ଏକ ନମ୍ବରରେ ରହିଛନ୍ତି ମୁକେଶ ଅମ୍ବାନୀ । ପ୍ରଥମଥର ଲାଗି କୋଟିପତି କ୍ଲବରେ ସାମିଲ ହୋଇଛନ୍ତି ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନ । ଭାରତରେ ୩୫୦ରୁ ଅଧିକ ଆରବପତି ରହିଛନ୍ତି । ଗତ ୧୩ ବର୍ଷ ମଧ୍ୟରେ ଏହା ୬ ଗୁଣା ବୃଦ୍ଧି ପାଇଛି ।  ହୁରୁନ ଇଣ୍ଡିଆର ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରର ସମୁଦାୟ ସମ୍ପତ୍ତି ଆନୁମାନିକ  ୯.୫୫ ଲକ୍ଷ କୋଟି ଟଙ୍କା । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗୌତମ ଆଦାନୀ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୮.୧୫ ଲକ୍ଷ କୋଟି ଟଙ୍କା । ତେବେ ଏହି ତାଲିକାରେ ଶାହାରୁଖ ଖାନ ସ୍ଥାନ ପାଇଥିବାବେଳେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୧୨,୪୯୦ କୋଟି ଟଙ୍କା ।