ରାଜଧାନୀରେ ସରକାରୀ ଜାଗାକୁ ନିଲାମ ଘଟଣା । ନିଲାମ ନାମରେ ଲଟେରୀ ନୁହେଁ ପଡୁଥିଲା ଧର୍ମଗୁଳା
1 min read
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଇନଫୋସିଟି ଥାନା ନିକଟ କିମ୍ସ-ପାର୍ଲେଜୀ ଗଳି ରାସ୍ତାରେ ସରକାରୀ ଜାଗାକୁ ବେଆଇନ ନିଲାମ ଘଟଣା । ନନ୍ଦିଘୋଷ ଟିଭିର ମହାପ୍ରଭାବ । ମନ୍ତ୍ରୀଠୁ ନେଇ ବିଏମସି ପର୍ଯ୍ଯନ୍ତ ତନାଘନା ପରେ ମୁହଁ ଖୋଲିଛନ୍ତି ଭାଇରାଲ ହୋଇଥିବା ଭିଡିଓରେ ଥିବା ଲୋକ । ସରକାରୀ ଜାଗାକୁ କିଣାବିକା କି ହଡ଼ପ କରାଯାଇନି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଉଠାଦୋକାନୀ । ଉଚ୍ଛେଦ ପରେ ବିଏମସି ସହିତ ଆଲୋଚନା କରି ଦୋକାନ ପକାଇବାକୁ ଯୋଜନା ହୋଇଛି । ସେପଟେ ସରକାରୀ ଜାଗାକୁ ହଡ଼ପ ନେଇ ଅଭିଯୋଗ କଲେ ତଦନ୍ତ କରି କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ରାଜଧାନୀରେ ସରକାରୀ ଜାଗାକୁ ନିଲାମ ଘଟଣା । ନିଲାମ ନାମରେ ଲଟେରୀ ନୁହେଁ ପଡୁଥିଲା ଧର୍ମଗୁଳା । ଭିଡିଓ ଭାଇରାଲ ପରେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘର ସ୍ପଷ୍ଟିକରଣ । ସରକାରୀ ଜାଗାକୁ ହୋଇନି କିଣାବିକା କି ହଡ଼ପ । କିଟ-କିମ୍ସ ରୋଡ଼ ରାସ୍ତା ଜବରଦଖଲ ମୁକ୍ତ କରିଥିଲା ବିଏମସି । ଉଚ୍ଛେଦ ପରେ ରାସ୍ତା କଡ଼ରୁ ହଟିଥିଲେ ଉଠାଦୋକାନୀ । ପାର୍ଲେଜି ଗଳିରେ ମେଡିକାଲ ପାଖ ଥିବାରୁ ବେପାର ଲକ୍ଷ୍ୟରେ କିଏ ଆଗ ଦୋକାନ ପକାଇବା ନେଇ ବିବାଦ ଦେଖାଦେବା ପରେ ସହମତିରେ ଧର୍ମଗୁଳା ପଡିଥିଲା । ତେବେ ଏଥିରେ କୌଣସି ଟଙ୍କା କାରବାର କି ଜାଗା କିଣାବିକା ହୋଇନି । କିଛି ଷଡ଼ଯନ୍ତ୍ରକାରୀ ମିଛ ଭିଡିଓ ଭାଇରାଲ କରି ଦୋକାନୀଙ୍କ ରୋଜଗାର ବନ୍ଦ କରି ଦେଇଛନ୍ତି । ଏହାସହ ରାସ୍ତା କଡ଼ରେ କୌଣସି ଗଛ କଟା ଯାଇନି। ବରଂ ଲଟା ବୁଦା ସଫା କରାଯାଇଛି । ବେଇଆନ ନୁହେଁ ବିଏମସି ଉତ୍ତର ଜୋନର ଜେଡିସି ସହ ଆଲୋଚନା କରି ଦୋକାନ ପଡ଼ିଥିଲା କହିଛନ୍ତି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ ଜୋନ ମହାସଂଘର ସାଧାରଣ ସମ୍ପାଦକ ।
ସରକାରୀ ଜାଗାକୁ କିଏ ହଡ଼ପ କରିପାରିବ ନାହିଁ । ସରକାରୀ ଜମି ହଡ଼ପ ନେଇ ଖବର ନଜରକୁ ଆସିଲେ ଆଇନ ଅନୁସାରେ ଦଣ୍ଡିତ କରାଯିବ । ଅଭିଯୋଗ ହେଲେ ତଦନ୍ତ କରି ହଡ଼ପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ ଜୋନ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଉଠାଦୋକାନୀଙ୍କ ବିରୋଧରେ ଭିଡିଓ ଭାଇରାଲ ଷଡଯନ୍ତ୍ର ରଚିଥିବା ଲୋକଙ୍କ ମୁଖା ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।