ଆସୁଛନ୍ତି ମହାମାୟୀ । ମାଆଙ୍କ ଆଗମନ ପାଇଁ ଉତ୍ସବମୁଖର ପୁରପଲ୍ଲୀ

ନନ୍ଦିଘୋଷ ବ୍ୟୁରୋ : ଆସୁଛନ୍ତି ମହାମାୟୀ । ମାଆଙ୍କ ଆଗମନ ପାଇଁ ଉତ୍ସବମୁଖର ପୁରପଲ୍ଲୀ । କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଅଂଚଳରେ ମା ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେବୀଙ୍କ ମୃଣ୍ମୟୀ ମୃର୍ତ୍ତି ନିର୍ମାଣ କାମ ଚାଲିଥିବା ବେଳେ କେତେକ ମଣ୍ଡପରେ ମୃର୍ତ୍ତି ରଙ୍ଗ କାମ ଶେଷ ହୋଇଗଲାଣି ।
ଆଉ ଦିନ କେଇଟା ପରେ ଧରାବତରଣ କରିବେ ଦୁର୍ଗତିନାସିନୀ ମାଆ ଦୁର୍ଗା । ମାଆଙ୍କ ଆବାହନ ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡାର ଇନ୍ଦୁପୁର ଅଞ୍ଚଳ । ଇନ୍ଦୁପୁରରେ ବିଭିନ୍ନ ମଣ୍ଡପ ଗୁଡିକରେ ଜୋରଦାର ଚାଲିଛି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି କାମ । କେଉଁଠି ମୂର୍ତ୍ତିରେ କାରିଗର ରଙ୍ଗ ଦେଉଛନ୍ତି ତ କେଉଁଠି ମୂର୍ତ୍ତି ରଙ୍ଗ ସରିଲାଣି । ପାର୍ଶ୍ଵ ଦେବାଦେବୀଙ୍କ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ୩୦ ରୁ ଅଧିକ ପୂଜା ପେଣ୍ଡାଲରେ ପୂଜା ପାଇବେ ମାଆ । ସେଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଚଳିତ ଥର ଇନ୍ଦୁପୁର ଅଞ୍ଚଳରେ ଥାନପତି ପୂଜାମଣ୍ଡପ ସମେତ ପଣ୍ଡିତବାଡ଼ି, କଅଁରପୁର, ହରିନବାବ, ବସନ୍ତବଗିଚା, ପ୍ରଭୃତି ମଣ୍ଡପରେ ଧୁମଧାମରେ ପୂଜା ଆୟୋଜନ କରାଯାଉଛି । ପବିତ୍ର ଷଷ୍ଠୀ ଟାରୁ ମାଆଙ୍କ ପାଖରେ ପୂଜା ଆରମ୍ଭ ହେବ । ୨୯ ତାରିଖରେ ମହାସପ୍ତମୀ ପୂଜା, ୩୦ରେ ମହାଷ୍ଟମୀ ପୂଜା, ସନ୍ଧିପୂଜା, ବଳିଦାନ ପ୍ରଭୃତି ଅନୁଷ୍ଠିତ ହେବ।