ଜିଏସଟି ସଂସ୍କାର ପରେ ଲାଗି ରହିଛି ଚର୍ଚ୍ଚା, କିଛି ଲାଭ ହେବନି କହିଲେ ବିଶେଷଜ୍ଞ…

ରାଉରକେଲା/ ଭୁବନେଶ୍ବର : ଜିଏସଟି ସଂସ୍କାର ଲାଗୁ ପରେ ବିଭିନ୍ନ ସାମଗ୍ରୀର ନୂଆ ଦର ଲାଗୁ। ନିତିଦିନିଆ ସାମଗ୍ରୀ, ପୋଷାକ, ଜୋତା, ଜୀବନ ବୀମା, ଛୋଟ କାର, ବାଇକ, ଟିଭି ଭଳି ସାମଗ୍ରୀ ଦର କମିଛି। ନୂଆ ଦାମରେ ଏସବୁ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଛି।ନବରାତ୍ରିରୁ ଜିଏସଟି ବଚତ ଉତ୍ସବ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ତେବେ ଅର୍ଥିନୀତି ସମୀକ୍ଷକଙ୍କ କହିବା କଥା, ଜିଏସଟି ହ୍ରାସ ହେଲେବି ସାମଗ୍ରୀ ଗୁଡିକର ବେସ୍ ପ୍ରାଇସ ବଢି ରହିଛି। ଲୋକେ ପୂର୍ବରୁ ଅଧିକ ଦରରେ ଜିନିଷ କିଣୁଛନ୍ତି। ତେଣୁ ଏହି ଜିଏସଟି କମାଇଲେ ମଧ୍ୟ ଲୋକଙ୍କ ପକେଟକୁ ବାଧୁଛି।ପୂର୍ବରୁ ୪ଟି ସ୍ଲାଵ ଥିବାରୁ ବ୍ୟବସାୟୀ ହିସାଵ ରଖିଵାରେ ଅସୁବିଧା ହେଉଥିଲା। ଏବେବି ବ୍ୟବସ୍ଥାରେ କିଛିଟା ସମସ୍ୟା ଥିବାରୁ ଏହାର ସଂଶୋଧନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ। ଜିଏସଟି ସଂସ୍କାରକୁ ରାରରକେଲା ଶିଳ୍ପ ଓ ବଣିକ ସଂଘ ସ୍ବାଗତ କରିଛି। ଏହା ପରେବି ଗ୍ରାହକଙ୍କୁ ବିଶେଷ ଲାଭ ହେବ ନାହିଁ ବୋଲି କହିଛି ବଣିକ ସଂଘ।
ଜିଏସଟି କମିଲେ ସାଧାରଣ ଲୋକଙ୍କ କିଛି ଲାଭ ହେବନି କହିଛି କଂଗ୍ରେସ। ଜିଏସଟି ଉତ୍ସଵ କେନ୍ଦ୍ର ସରକାରଙ୍କ ଆଉ ଏକ ବାହାସ୍ପୋଟ। ଜିଏସଟି ସ୍ଲାବ ବଦଳିଲେ ଦରଦାମ କମିଯିବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ମନଇଚ୍ଛା ଦର ବଢାଇ ଜିଏସଟି ଛାଡ଼ କରିବାର ମାନେ କିଛି ନାହିଁ। କେବଳ ଜିଏସଟି ନାଁରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ଛଡ଼ା କିଛି ନୁହେଁ। ଯଦି ରିହାତି ଦେବାକୁ ଚାହୁଁଛନ୍ତି ତାହେଲେ ଆଗାମୀ ୩ ବର୍ଷ ଧରି କୌଣସି ସାମଗ୍ରୀର ମୂଳ ଦର ନବଢ଼ାଇବାକୁ ପ୍ରତିଶ୍ରୁତି ଦିଅ ବୋଲି କହିଛି କଂଗ୍ରେସ। ନାଗରିକ ସୁରକ୍ଷା ମଞ୍ଚର କହିଛି, କେନ୍ଦ୍ର ସରକାର ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ଏସବୁର ଉତ୍ତର ରଖିଛି ସରକାରୀ ଦଳ । ଗତ ୮ ବର୍ଷରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ଏପରିକି ଖାଇବା ସାମଗ୍ରୀ ଓ ଔଷଧ ଆଦିର ଦାମ ୨ଶହରୁ ୩ଶହ ପ୍ରତିଶତ ବଢିଥିବାରୁ ଜିଏସଟି କମାଇଲେ କେତେ ମିଳିବ ବୋଲି ଉଠିଛି ପ୍ରଶ୍ନ ।