ଟ୍ଯାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ଯୁ ଘଟଣାରେ ନୂଆମୋଡ଼
1 min read
ନନ୍ଦିଘୋଷ ବ୍ୟୁରୋ: ଟ୍ଯାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ଯୁ ଘଟଣାରେ ନୂଆମୋଡ଼ । ବିଦ୍ୟାଧର ଅପରହରଣକାରୀଙ୍କ କବଳରେ ଥିବାବେଳେ ତାଙ୍କ ପତ୍ନୀଙ୍କ ସହ ଅପହରଣକାରୀ କିପରି କଥା ହେଉଥିଲେ ତାହାର ଏକ୍ସକ୍ଲୁସିଭ ଅଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ମ୍ୟାଡମ ଜ୍ୟୋତ୍ସ୍ନା ଯାଦବଙ୍କ ଖୋଜ ଖବର ଦେବାକୁ ଅପହରଣକାରୀ ବିଦ୍ୟାଧରଙ୍କ ପତ୍ନୀଙ୍କ ଉପରେ ପକାଉଛନ୍ତି ଚାପ । ଯେପର୍ଯ୍ୟନ୍ତ ଦୁଇକୋଟି ୪୦ ଲକ୍ଷ ଟଙ୍କା ନମିଳିବ ସେପର୍ଯ୍ୟନ୍ତ ବିଦ୍ୟାଧରଙ୍କୁ ଛଡାଯିବ ନାହିଁ ବୋଲି କହିଥିଲେ ଅପହରଣକାରୀ । ଏହାସହ ବିଦ୍ୟାଧରଙ୍କ ସହ ମଧ୍ୟ ପତ୍ନୀଙ୍କ କଥାବାର୍ତ୍ତା କରାଇଥିଲେ । ଜ୍ୟୋତ୍ସ୍ନା ଯାଦବଙ୍କ ବିଭିନ୍ନ ଠିକଣା ଓ ସେ ବ୍ୟବହାର କରୁଥିବା ହୋଣ୍ଡାସିଟି କାର ନମ୍ବର OD 16 E 4897କୁ ପତ୍ତା କରିବାକୁ ପତ୍ନୀଙ୍କୁ ଫୋନଯୋଗେ ବିଦ୍ୟାଧର କହୁଥିବା ଅଡିଓରେ ଶୁଣିବାକୁ ମିଳୁଛି । ଏହାସହିତ ଜ୍ୟୋତ୍ସ୍ନା ଯାଦବଙ୍କ ଭଉଣୀ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଚାକିରି କରୁଥିବା ତାଙ୍କ ବଡ଼ ଝିଅ, ମଝିଆ ଓ ସାନ ଝିଅ ପାଠପଢୁଥିବା ସ୍କୁଲର ଠିକଣା ମଧ୍ୟ ଜଣାଇଥିଲେ ବିଦ୍ୟାଧର । ଏପରିକି ଜ୍ୟୋତ୍ସ୍ନାଙ୍କ ଘର ଠିକଣାରେ ଖୋଜିବାକୁ ମଧ୍ୟ ପତ୍ନୀଙ୍କୁ ନେହୁରା ହେଉଥିବା ଅଡିଓରେ ଶୁଣିବାକୁ ମିଳିଛି ।