ଭିଜିବ ଦଶହରା: ୨୩ ରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ

1 min read

ଆସୁଛି ବଡ଼ ବର୍ଷା ।I ଫିକା ପଡିବ ପାର୍ବଣ । ସୃଷ୍ଟି ହୋଇପାରେ ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ । ବଙ୍ଗୋପସାଗରରେ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା  । ୨୩ ପରେ ନିର୍ଦ୍ଧୁମ ଛେଚିବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ  । ୨୩ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୨୩ ରୁ ବଢିବ ବର୍ଷାର ବିସ୍ତୃତି। ପୁଣି ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୨ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି କେନ୍ଦ୍ର ।

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୩ ରୁ ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଏପଟେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡିଶାର ୧୪ ଜିଲ୍ଲା ସୁନ୍ଦରଗଡ , ମୟୂରଭଞ୍ଜ ,କେନ୍ଦୁଝର, ଯାଜପୁର ,ଭଦ୍ରକ , ବାଲେଶ୍ୱର, କଟକ, କେନ୍ଦ୍ରାପଡା ଜଗତସିଂପୁର ନୟାଗଡ, ଖୋର୍ଦ୍ଧା, ପୁରୀ ,ଗଂଜାମ ଓ ଗଜପତିକୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା  । ତେବେ ୨୭ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।