ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’କୁ ନେଇ ବଡ଼ ଅପଡେଟ୍ ଦେଲେ ଆମିର ଖାନ୍: ଦୁଇ ମାସ ଭିତରେ…
1 min read
ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ଅପକମିଂ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ଆମିର ନିଜର ଡ୍ରିମ ପ୍ରୋଜେକ୍ଟ ’ମହାଭାରତ’କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଫିଲ୍ମର କାମ କେତେ ବାଟ ଯାଇଛି ଓ କେବେ ଆରମ୍ଭ ହେବ, ସେ ବାବଦରେ ବଡ଼ ଅପଡେଟ୍ ଶେୟାର କରିଛନ୍ତି ଆମିର । ଆମିରଙ୍କ ଦୁଇଟି ବଡ଼ ଫିଲ୍ମ ବନ୍ଦ ହୋଇଯାଇଥିବା ନେଇ ବିଗତ ଦିନରେ ଶୁଣିବାକୁ ମିଳିଥିଲା । ତେଣୁ ଆମିରଙ୍କ ଡ୍ରିମ ପ୍ରାଜେକ୍ଟ ବିଷୟରେ ଯେ କେହି ବି ଜାଣିବାକୁ ଇଚ୍ଛୁକ ରହିଥିଲେ ।
ମହାକାବ୍ୟକୁ ଜୀବନ୍ତ କରିବା ପାଇଁ ତାଙ୍କର ଯାତ୍ରା ଦଶନ୍ଧି ଧରି ରହିଛି । ନିଜ ଜୀବନର ସବୁଠାରୁ ଜରୁରୀ ପ୍ରୋଜେକ୍ଟ ଭାବେ ସେ ଏହାକୁ ଗ୍ରହଣ କରନ୍ତି ବୋଲି ଆମିର କହିଛନ୍ତି । ଭାରତୀୟ ମହାକାବ୍ୟ ମହାଭାରତକୁ ବଡ଼ ପରଦାରେ ଉତାରିବା ନେଇ ନିଜର ମହତ୍ତ୍ବାକାଂକ୍ଷୀକୁ ଶେୟାର କରିବାରେ ସେ କେବେ କୁଣ୍ଠାବୋଧ କରିନଥାନ୍ତି । ଏହି ପ୍ରୋଜେକ୍ଟକୁ ନେଇ ଦଶନ୍ଧି ଧରି ଚର୍ଚ୍ଚା ଚାଲିଛି । ମାତ୍ର ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାକାର ହୋଇପାରିନାହିଁ । ରାମାୟଣ ଉପରେ ଆଧାରିତ ଏକ ଫିଲ୍ମ କାମ ଚାଲୁ ରହିଛି, ମାତ୍ର ମହାଭାରତ ଉପରେ ଏବେ ସୁଦ୍ଧା କୌଣସି ଫିଲ୍ମ କାହିଁକି ନିର୍ମାଣ ହୋଇନି ? ଏହି ପ୍ରଶ୍ନର ଉତ୍ତରରେ ଆମିର କହିଥିଲେ, ମୋର କାମ ଭିତରୁ ଆରମ୍ଭ ହୋଇ ସାରିଛି । ଏହି ପ୍ରୋଜେକ୍ଟ ଗତ ୨୫-୩୦ ବର୍ଷ ଠାରୁ ଆମିରଙ୍କ ମନରେ ରହିଥିଲା । ତେଣୁ ଏହା ଏହି ପୀଢ଼ିଙ୍କ ପରିଶ୍ରମ ଓ ଦୂରଦର୍ଶିତାର ଫଳ । ପ୍ରୋସେସରେ ସମୟ ଲାଗିବ, ମାତ୍ର ଏହାର ଫଳାଫଳ ମିଠା ହେବ । ଆଶା ରହିଛି ଚଳିତ ବର୍ଷ ଏହି ଫିଲ୍ମର କାମ ଆରମ୍ଭ ହୋଇଯିବ । ଆସନ୍ତା ୨ ମାସରେ ସ୍କ୍ରିପ୍ଟିଂ ରାଇଟିଂ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେ ଏହି ପ୍ରୋଜେକ୍ଟରେ ପ୍ରଯୋଜକ କାମ କରିବେ ବୋଲି ଆମିର କହିଛନ୍ତି ।