ପାରିବାରିକ କଳହର କରୁଣ ପରିଣତି , ଦୁଇ ପିଲାଙ୍କୁ ବିଷ ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଦୁଇ ପିଲାଙ୍କୁ ବିଷ ଦେଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ । ଜରପଡ଼ା ଥାନା ତୁବେ ଗାଁର କାଳୀଚରଣ ପ୍ରଧାନ ଦୁଇ ପୁଅଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ ପୁଅର ବୟସ ୧୨ ବର୍ଷ ହୋଇଥିବା ବେଳେ ଆଉ ଗୋଟିଏ ପୁଅ‍ର ବୟସ ୮ ବର୍ଷ । ଆଜି ଦିନ ୧୨ଟାରେ ଦୁଇ ପୁଅକୁ ବାପା କାଳୀ ଚରଣ ପ୍ରଧାନ ସ୍କୁଲରୁ ନେଇ ବନ୍ତଳା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ବିଷ ଦେଇ ଦେଇଥିଲା । ଗ୍ରାମବାସୀମାନେ ଦୁଇ ପିଲାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପିଲାମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।