କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା : ମର୍ଡର ପରେ ପୋଲିସ ସେବା ଭବନ ପାର୍କିଂରେ ମୃତଦେହ ରଖିଥିଲା ହତ୍ୟାକାରୀ..

ଭୁବନେଶ୍ବର : କନେଷ୍ଟବଳ ଶୁଭମିତ୍ରା ମର୍ଡର କେସରେ ବଡ଼ ଅପଡେଟ। ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ। ୬ ତାରିଖରେ ମର୍ଡର ପରେ ସିପି ଅଫିସ ପାର୍କିଂରେ ହତ୍ୟାକାରୀ ରଖିଥିଲା ମୃତଦେହ। କାର ଭିତରେ ମୃତଦେହ ରଖି ଡ୍ୟୁଟି କରିଥିଲା କିଲର ଦୀପକ। ଅପରାହ୍ନ ୩ଟାରୁ ୪ ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା କାର। ଡ୍ୟୁଟି କରିବାକୁ ଆସି କାର ଭିତରେ ରଖିଥିଲା ମୃତଦେହ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପାର୍କିଂରେ ଥିଲା ମୃତଦେହ। ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଦୀପକ। ନନ୍ଦିଘୋଷ ଟିଭିକୁ ଏହି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।
ଗତକାଲି ଏହି ବହୁଚର୍ଚ୍ଚିତ ଘଟଣା ଉପରୁ ହଟିଥିଲା ପରଦା। ପତ୍ନୀକୁ ମାରି କାର ଡିକିରେ ପୂରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା ଅଭିଯୁକ୍ତ। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ଶବ ବାହାର କରିଥିଲା ପୋଲିସ। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ କନଷ୍ଟେବ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେରା କରିଥିଲା କମିଶନରେଟ ପୋଲିସ। ଘଟଗାଁ ଥାନାରେ ଜେରା ପରେ ଶୁଭମିତ୍ରା ସାହୁଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା କମିଶନରେଟ ପୋଲିସ। ମୃତଦେହ ପୋତିବାରେ ସହାୟତା କରିଥିବା ଦୀପକଙ୍କ ମାଉସୀ ପୁଅ ଭାଇକୁ ମଧ୍ୟ ପୋଲିସ ଗିରଫ କରିଥିଲା।