ପିଲା ଖେଳ ହେଲା ମୃତ୍ୟୁର ଖେଳ, ପାଳ ଗଦାରେ ନିଆଁ ଲାଗି ଚାଲିଗଲା ତିନି ଶିଶୁଙ୍କ ଜୀବନ

ଗଞ୍ଜାମ: ପାଳଘରେ ଖେଳୁଥିବା ବେଲେ ଆସିଲା ମୃତ୍ୟୁ । ଚାହୁଁ ଚାହୁଁ ଛଡ଼େଇ ନେଲା ମାଆର ତିନୋଟି ସନ୍ତାନ । ପାଳଗଦାରେ ନିଆଁ ଲାଗି ୪ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଦା ଗାଁରେ ଏହି ଅଘଟଣ ଘଟିଛି । ସମସ୍ତଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି । ବ୍ରହ୍ମପୁର MKCG ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ତେବେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।
ସୂଚନା ଅନୁଯାୟୀ, ସକାଳୁ ୪ ଜଣ ଶିଶୁ ଖେଳିବା ପାଇଁ ପାଳଗଦା ପାଖକୁ ଯାଇଥିଲେ । ହଠାତ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଶିଶୁ ମାନେ ହଠାତ ନିଆଁ ଲାଗିଯାଇଥିବାରୁ ଆସିପାରିନଥିଲେ । ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ।
ଶିଶୁ ମାନଙ୍କର ଚିତ୍କାର ଶୁଣି ପରିବାର ଲୋକ ଆସି ନିଆଁକୁ ଲିଭାଇଥିଲେ । ସମସ୍ତଙ୍କର ଦେହ ୮୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଳ ଗଦାରେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ହୋଇପାରିନି ।