ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ: ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜି ତାଙ୍କୁ ୭୫ ବର୍ଷ ପୂରିଛି। ଜନ୍ମଦିନ ଅବସରରେ ମୋଦିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦେଶ ବିଦେଶର ବିଶିଷ୍ଟ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦୀଙ୍କୁ ତାଙ୍କ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ଦୀର୍ଘଜୀବନ କାମନା କରିଛନ୍ତି। ସେହିପରି ଅମିତ ଶାହ, ନିର୍ମଳା ସୀତାରମଣ, ଜେପି ନଡ୍ଡା ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ଵ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେହି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମେରିକା ଓ ଭାରତର ସଂପର୍କରେ ଅବଦାନ, ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସକୁ ପ୍ରଶଂସା କରିଛନ୍ତି। ମୋଦିଙ୍କ ଜନ୍ମ ଦିନ ଅବସରରେ ବିଜେପି ତରଫରୁ ଅନେକ କାର୍ଯ୍ୟକ୍ରମ କରଯାଉଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।