spot_img

Latest Posts

ଦୀର୍ଘ ୮ ଦିନ ପରେ ଧାରଣା ପ୍ରତ୍ୟାହାର କଲେ ଶତାଧିକ ଶ୍ରମିକ

ଦୀର୍ଘ ୮ ଦିନ ପରେ ଧାରଣାରୁ ପ୍ରତ୍ୟାହାର କଲେ ପାରାଦୀପ ବନ୍ଦର ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲର ୨୦୫ ଜଣ ଶ୍ରମିକ । ପାରାଦୀପ ବନ୍ଦର ଓ ପିଆଇସିଟି କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ସମୟର ଆଲୋଚନା ପରେ ନିଷ୍କର୍ଷ ବାହାରିଛି । ଆସନ୍ତା ୧ ମାସ ମଧ୍ୟରେ ଟର୍ମିନାଲ କର୍ତ୍ତୃପକ୍ଷ ବେଆଇନ୍ ଭାବେ ଛଟେଇ କରିଥିବା ୧୫ ଜଣ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୧୭ ଜଣଙ୍କୁ ମଧ୍ୟ ଆପୋସ ସମାଧାନ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ୧୭ ଜଣଙ୍କ ମଧ୍ୟରୁ ୧୨ ଜଣ ଶ୍ରମିକ ଏକ କେସରେ ଯୋଡ଼ି ହୋଇ ଥିବାରୁ ସେମାନଙ୍କୁ ପରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଫଳରେ ଧାରଣା ପ୍ରତ୍ୟାହାର କରାଯାଇଥିବା ମଙ୍ଗଳବାର ରାତିରେ ଘୋଷଣା କରିଛନ୍ତି ପାରାଦ୍ଵୀପ ଶ୍ରମିକ କର୍ମଚାରୀ ୟୁନିୟନ । ବୁଧବାର ଠାରୁ ୨୦୫ ଜଣ ଶ୍ରମିକ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି । ଗତ ୯ ତାରିଖ ଠାରୁ ୫ ଦଫା ଦାବିକୁ ନେଇ ୨୦୫ ଜଣ ଶ୍ରମିକ ପିଆଇସିଟି କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ । ଫଳରେ ଜାହାଜ ପଣ୍ୟ କାରବାରରେ କମ୍ପାନୀ କତ୍ତୃପକ୍ଷ ଲକ୍ଷାଧିକ ଟଙ୍କା କ୍ଷତି ସହିଛନ୍ତି।

Latest Posts

Don't Miss