ଇଣ୍ଡିଆନ କ୍ରିକେଟ୍ ଟିମର ନୂଆ ସ୍ପନସର ହେଲା ଆପୋଲୋ ଟାୟାର, ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ଦେବ ଜାଣିଛନ୍ତି କି ?

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ଚାଲିଥିବା ବଳେ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ଼ ଖବୀ । ଟିମ୍ ଇଣ୍ଡିଆକୁ ନିଜ ଜର୍ସି ପାଇଁ ନୂଆ ସ୍ପନସର ମିଳିଯାଇଛି । ଆପୋଲୋ ଟାୟାର ଏହି ବାଜି ମାରିଛି । ଏବେ ଆପୋଲୋ ଟାୟାର ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ-୧୧ର ସ୍ଥାନ ନେବ । ଟିମ୍ ଇଣ୍ଡିଆର ସ୍ପନସରସିପ୍ ପାଇଁ ଆପୋଲୋ ଟାୟାର ସହ ବିସିସିଆଇ ୨୦୨୭ ପର୍ଯ୍ୟନ୍ତ ଯୁକ୍ତି କରିଛି । ଏହି ସମୟ ମଧ୍ୟରେ ଭାରତ ପ୍ରାୟ ୧୩୦ଟି ମ୍ୟାଚ୍ ଖେଳିବ ।

ପ୍ରତି ମ୍ୟାଚରେ କେତେ ଦେବେ ଆପୋଲୋ ଟାୟାର ?

ଏବେ ଚିନ୍ତା କରୁଥିବେ ଆପୋଲୋ ଟାୟାର ବିସିସିଆଇ ସହ କେତେ ଟଙ୍କାରେ ଏହି ଚୁକ୍ତି କରିଛି । ରିପୋର୍ଟ ଅନୁସାରେ ଆପୋଲୋ ଟାୟାର ପ୍ରତି ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ । ଯାହା ଗତ ଚୁକ୍ତିଠାରୁ ୫୦ ଲକ୍ଷ ଟଙ୍କା ଅଧିକ । ଡ୍ରିମ-୧୧ ପ୍ରତି ମ୍ୟାଚ୍ ପାଇଁ ୪ କୋଟି ଟଙ୍କାର ଚୁକ୍ତି କରିଥିଲା ।

ମିଡ଼ିଆ ରୋପୋର୍ଟ ଅନୁସାରେ ଟିମ୍ ଇଣ୍ଡିଆର ଜର୍ସି ସ୍ପନସରସିପ୍ ରେସରେ କାନଭା ଓ ଜେକେ ଟାୟାର ବି ଥିଲେ । ହେଲେ ଆପୋଲୋ ଟାୟାର ରେସରେ ଉଭୟଙ୍କୁ ପଛରେ ପକାଇ ସ୍ପନସର ହାସଲ କରି ନେଇଛନ୍ତି । ଏମାନଙ୍କ ବ୍ୟତୀତ ବିରଲା ଅପ୍ଟସ ପେଣ୍ଟସ୍ ମଧ୍ୟ ସ୍ପନସରସିପ ପାଇଁ ଆବେଦନ କରିଥିଲେ । ହେଲେ ଏହି ଦୁଇ କମ୍ପାନୀ ନିଲାମୀରେ ଭାଗ ନେଇ ନଥିଲେ ।

ସେପ୍ଟେମ୍ବର ୧୬ ତାରିଖରେ ଏହି ନିଲାମୀ କରାଯାଇଥିଲା । ସେପ୍ଟେମ୍ବର ୨ ତାରିଖରେ ବିସିସିଆଇ ନିଜ ପ୍ରେସ ରିଲିଜରେ କହିଥିଲା ଗେମିଂ, କ୍ରିପ୍ଟୋ ଓ ତମାଖୁ ସହ ଜଡିତ କମ୍ପାନୀ ସ୍ପନସରସିପ ପାଇଁ ଆବେଦନ କରିପାରିବେ ନାହିଁ । ଏମାନଙ୍କ ବ୍ୟତୀତ ବ୍ୟାଙ୍କିଂ, ଫାଇନାନସିଆଲ କମ୍ପାନୀ, ସ୍ପୋର୍ଟସୱେର୍ ବନାଉ ଥିବା କମ୍ପାନୀଙ୍କୁ ମଧ୍ୟ ବିସିସିଆଇ ସ୍ପନସରସିପ୍ ନିଲାମୀରୁ ଦୂରରେ ରଖିଥିଲା ।

ବର୍ତ୍ତମାନ ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳୁଛି । ଯାହା ୟୁଏଇର ଆବୁଧାବି ଓ ଦୁବାଇରେ ଖେଳାଯାଉଛି । ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ବିନା ସ୍ପନସରସିପରେ ଖେଳୁଛି । ତେବେ ଭାରତୀୟ ଟିମ ଜର୍ସିରେ ଆପୋଲୋ ଟାୟାରର ଲୋଗ ଏସିଆ କପ୍ ପରେ ଦେଖିବାକୁ ମିଳିବ ।