ଶ୍ମଶାନକୁ ଆସି ଚିଇଁକି ଉଠିଲା ଶବ: ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ

ଶ୍ମଶାନକୁ ଆସି ଚିଇଁକି ଉଠିଲା ଶବ । ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି. ଲକ୍ଷ୍ମୀ । ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ଆଣିଥିଲେ ପରିବାର । କିନ୍ତୁ ସ୍ବର୍ଗଦ୍ବାରରେ ହଠାତ ବଞ୍ଚିକି ଉଠିଲେ ପି. ଲକ୍ଷ୍ମୀ । ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ । ଆଜି ଅପରାହ୍ନ ସମୟରେ ପି. ଲକ୍ଷ୍ମୀ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାରକୁ ଆଣିଥିଲେ । ସ୍ୱର୍ଗଦ୍ୱାରର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ । ପରିବାର ଲୋକ ରିପୋର୍ଟ ଆଣି ନଥିବାରୁ ଶବ ଦାହ କରିନଥିଲେ । କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି । ଏହାପରେ ପି. ଲକ୍ଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ସ୍ବର୍ଗଦ୍ୱାରରେ ମୃତ ମାଆଙ୍କ ଜୀବନ ଫେରିଛି ବୋଲି କହିଛନ୍ତି ପରିବାର ଲୋକେ ।