ରାଜ୍ୟରେ ସାର ଅଭାବକୁ ନେଇ ଶାସକ ଦଳ ବିଧାୟକ ବି ଉଠାଇଲେ ସ୍ବର

ରାଜ୍ୟରେ ସାର ଅଭାବକୁ ନେଇ ଶାସକ ଦଳ ବିଧାୟକ ବି ଉଠାଇଲେ ସ୍ବର। ବଡ଼ଚଣା ବିଧାୟକ ଅମର ନାୟକ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଚିଠି ଲେଖି ଯାଜପୁର ଜିଲ୍ଲାରେ ସାରର ଅଭାବକୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯାଜପୁର ଜିଲ୍ଲା ପାଇଁ ଚଳିତ ଆର୍ଥିକ ବର୍ଷରେ ୧୩୫୦ ମେଟ୍ରିକ ଟନ ୟୁରିଆ ପ୍ରଦାନ କରାଯାଇଥିଲା। କିନ୍ତୁ ଇଫକୋର ସେଲସ ମ୍ୟାନେଜର ଯାଜପୁର ପାଇଁ ୪୯୦.୫୦୦ ମେଟ୍ରିକ୍ ଟନ୍ ୟୁରିଆ ଦେଇଛନ୍ତି। ବଳକା ସାରକୁ ଅନ୍ୟ ଘରୋଇ ଏଜେନ୍ସି ଜରିଆରେ ଅନ୍ୟ ଜିଲ୍ଲାକୁ ପ୍ରଦାନ କରାଯାଇଛି। ଯାହା ଦ୍ବାରା ସାରର ଅଭାବ ଦେଖାଦେଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।