ରାଜଧାନୀରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । କଳିଙ୍ଗଷ୍ଟୁଡିଓ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହା ହେଉଛି ସେହି ସେହି ଏକ୍ସକ୍ଲୁସିଭ ଭିଜୁଆଲ । ଏକ କାର୍ ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗାଡିଟି ଖଣ୍ଡଗିରିରୁ ଭରତପୁର ଅଭିମୁଖେ ଆସୁଥିବା ବେଳେ ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲା । ପରେ ଏକ ବାଇକକୁ ଧକ୍କା ଦେଇଥିଲା ପରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଗାଡି ଭିତରୁ ମଦ ବୋତଲ ମିଳିଥିବାରୁ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଥିବା ସନ୍ଦେହ କରାଯାଉଛି ।