ଜଗତସିଂହପୁର ଜିଲ୍ଲା ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆଜିଠାରୁ ଆରମ୍ବ ହୋଇଛି ପାର୍ବଣ ପୂଜା

ନନ୍ଦିଘୋଷ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆଜିଠାରୁ ଆରମ୍ବ ହୋଇଛି ପାର୍ବଣ ପୂଜା।ସେପ୍ଟେମ୍ବର ୧୪ ତାରିଖ ମୂଳାଷ୍ଟମୀ ଠାରୁ ସେପ୍ଟେମ୍ବର ୨୯ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ଶାରଳାଙ୍କ ପୀଠରେ ଚାଲିବ ଏହି ଷୋଡଶ ଉପଚାର ପୂଜା। ପାର୍ବଣ ପୂଜାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରରେ ପ୍ରସ୍ତୁତି କରାଯାଇଛି।ଷୋଡଶ ଉପଚାର ସମୟରେ ମାଆଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଆନୁସାରେ ପୂଜାର୍ଚ୍ଚନା କରାଯିବ। ପ୍ରତ୍ୟେକ ଦିନ ମାଆଙ୍କ ନିକଟରେ ମୁଖ୍ୟ ଭୋଗ ମଣ୍ଡା ପିଠା ଲାଗି କରାଯିବ।ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ସୁନା ଅଳଙ୍କାରରେ ସୁସଜିତ ହୋଇଥିବେ। ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀ ରେ ମା ମହିଷାମର୍ଦ୍ଦିନ ବେଶରେ ଦର୍ଶନ ଦେବେ। ମାଆଙ୍କ ଚଳନ୍ତି ବିଗ୍ରହ ପୁରୁଣା ପୀଠ ନଣ୍ଡା ଦେଉଳକୁ ଭ୍ରମଣ କରିବେ ।