ଆଠଟିକିଆ ହାତୀପଲଙ୍କ ଉତ୍ପାତ : ଘର ଭାଙ୍ଗିବା ସହ ଖାଇଗଲେ ୧୦ ବସ୍ତା ଚାଉଳ
1 min read
ନନ୍ଦିଘୋଷ ବ୍ୟୁରୋ : କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମରୁଆବିଲି ପଞ୍ଚାୟତ କମ୍ପୁଲେଇ ଗ୍ରାମରେ ଆଠ ଟିକିଆ ହାତୀପଲଙ୍କ ଉପଦ୍ରବ l ଘର ଭାଙ୍ଗି ଖାଇଗଲେ ଦଶ ବସ୍ତା ଚାଉଳ l ଗତକାଲି ରାତିରେ ଏକ ଆଠ ଟିକିଆ ହାତୀପଲ ସ୍ଥାନୀୟ ଜଙ୍ଗଲରୁ ବାହାରି କମ୍ପୁଲେଇ ଗାଁ ଭିତରେ ପଶି ତାଣ୍ଡବ ରଚିଛନ୍ତି l ଏହି ଗାଁର ବିଭୁତି ସାହୁଙ୍କ କୋଠା ଘରର ତାଜା ଭାଙ୍ଗିବା ସହ ପ୍ରସନ୍ନ ସାହୁଙ୍କ ଆଜବେଷ୍ଟସ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛନ୍ତି l ପ୍ରସନ୍ନଙ୍କ ଘରେ ଥିବା ଦଶବସ୍ତା ଚାଉଳ ଖାଇବା ସହ ବାଡ଼ିରେ ଥିବା ବିଭିନ୍ନ ଗଛକୁ ଦଳିମକଚି ଦେଇଛନ୍ତି ହାତୀପଲ l ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ବର୍ତମାନ ହାତୀ ପଲ ଗାଁ ନିକଟରେ ଥିବା ରଞ୍ଜାଗଡ଼ ଜଙ୍ଗଲରେ ରହିଥିବା ଜଣା ପଡିଛି l ତେବେ ଏହି ଆଠ ଟିକିଆ ହାତୀପଲଙ୍କ ତାଣ୍ଡବରେ ଗ୍ରାମବାସୀ ଭୟଭୀତ ଅଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି l