APK File ହେଲା କାଳ, ଡାଉନଲୋଡ କରୁକରୁ କଟିଗଲା ୨ ଲକ୍ଷ ଟଙ୍କା..

ରାୟଗଡା : ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ନେଇଗଲେ ୧ ଲକ୍ଷ ୯୨ ହଜାର ଟଙ୍କା । ଏନେଇ ମହିଳା ଜଣକ ରାୟଗଡା ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ରାୟଗଡା ଜିଲ୍ଲା ଉପରକୋଟି ଗାଁର ରାଜୁ ସାହୁଙ୍କ ସ୍ତ୍ରୀ ସୁନେମୀ ସାହୁଙ୍କ ମୋବାଇଲ୍ ନମ୍ବରକୁ ଗତ ୨ ତାରିଖ ଦିନ ଏକ ମେସେଜ୍ ଆସିଥିଲା । ମେସେଜ୍ ରେ ଏପିକେ ନାମକ ଆପ୍ ଡାଉନ୍ ଲୋଡ୍ କରିବା ପାଇଁ କୁହାଯାଇଥିଲା । ତେବେ ପରବର୍ତ୍ତି ସମୟରେ ସୁନେମୀ ଉକ୍ତ ଆପକୁ ଡାଉନ୍ ଲୋଡ୍ କରିବାରୁ ବିନା ଓଟିପିରେ ତାଙ୍କ ୭ଟି କିସ୍ତିରେ ପର୍ଯ୍ୟାୟକ୍ରମେ ୧ ଲକ୍ଷ ୯୨ ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଉଠାଣ ହୋଇଯାଇଥିଲା । ଏନେଇ ସୁନେମୀ ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ କୋରାପୁଟ୍ ସାଇବର୍ ଥାନାର ଦ୍ବାରସ୍ଥ ହୋଇଥିଲେ । ପରେ ଆଜି ସେ ରାୟଗଡା ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ସାଇବର୍ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଏହି ଘଟଣାକୁ ପୁଲିସ ଗୁରୁ୍ତ୍ବର ଭାବେ ବିଚାର କରିବା ସହ ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ଉଦ୍ୟମ କରିବାକୁ ସୁନେମୀଙ୍କ ସ୍ବାମୀ ରାଜୁ ସାହୁ ନିବେଦନ କରିଛନ୍ତି ।