୫ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

୫ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ଦେଶର ବିଭିନ୍ନ ରାଜ୍ୟରୁ ସେମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ରାସାୟନିକ ଅସ୍ତ୍ର ନିର୍ମାଣରେ ପୋଖତ ଥିଲେ। ଖିଲାଫତ୍ ମଡେଲ ଆଧାରରେ ଯୁବମାନଙ୍କୁ ସଂଗଠନରେ ସାମିଲ କରିବାକୁ ଏମାନେ ଉଦ୍ୟମ ଚଳାଇଥିଲେ ବୋଲି ସୂଚନା ମିଳିଛି। ଭାରତରେ ଆଇଏସ୍ ଆତଙ୍କବାଦୀ ସଂଗଠନର ଶକ୍ତି ବୃଦ୍ଧି ପାଇଁ ଏମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଅସର ଦାନିସ୍, ଅଫତାବ ଓ ସୁଫିୟାନ୍। ଦାନିସକୁ ରାଞ୍ଜିର ଏକ ଲଜ୍ ରୁ ଗିରଫ କରାଯାଇଥିବା ବେଳେ ଅଫତାବ ଓ ସୁଫିୟାନକୁ ମୁମ୍ଵାଇରୁ ଗିରଫ କରାଯାଇଛି। ବାକି ଦୁଇ ଜଣଙ୍କ ପରିଚୟ ମିଳିିପାରିନି। ସେମାନଙ୍କ ମଧ୍ୟରୁ ଜଣକୁ ହାଇଦ୍ରାବାଦରୁ ଓ ଆର ଜଣକୁ ମଧ୍ୟପ୍ରଦେଶରୁ ଗିରଫ କରଯାଇଛି।ସେମାନଙ୍କ ପାଖରୁ ପିସ୍ତଲ, ବିଭିନ୍ନ ଡିଜିଟାଲ ଡିଭାଇସ୍ ଓ ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ରାସାୟନିକ ସାମଗ୍ରୀଗୁଡ଼ିକ ହେଲା ହାଇଡ୍ରୋକ୍ଲୋରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ସୋଡିୟମ ବାଇକାର୍ବୋନେଟ, ସଲଫରା ପାଉଡର୍, ବଲ୍ ବିୟରିଂ ଓ ପିଏଚ୍ ଭ୍ୟାଲୁ ଚେକ୍ କରାଯାଉଥିବା ଯନ୍ତ୍ର ।