ସରୁନି ସାର ସମସ୍ୟା: ସୋସାଇଟି ସାମ୍ନାରେ ପାଞ୍ଚ ଶହ ଚାଷୀଙ୍କ ଅହେତୁକ ଭିଡ଼

ସରୁନି ସାର ସମସ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ମାଣିକ୍ୟପୁର ସୋସାଇଟି ସାମ୍ନାରେ ଚାଷୀଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ତିନୋଟି ପଞ୍ଚାୟତର ପାଞ୍ଚ ଶହରୁ ଅଧିକ ଚାଷୀ ସକାଳୁ ଛିଡା ହୋଇଥିଲେ । ହେଲେ ଚାଷୀଙ୍କ ସଂଖ୍ୟା ତୁଳନାରେ ସୋସାଇଟିରେ କମ ସଂଖ୍ୟକ ପିଡ଼ିଆ ବସ୍ତା ଥିବାରୁ ଚାବି ପକାଇ ପଳାଇ ଯାଇଥିଲେ ଅଧିକାରୀ । ଶେଷରେ ଚାଷୀମାନେ ସୋସାଇଟି ଆଗରେ ଅପେକ୍ଷା କରି ରହିଥିଲେ । ଅନ୍ୟ କେତେକ ଚାଷୀ ନିରାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି । ଏନେଇ ସୋସାଇଟି ସମ୍ମୁଖରେ ହୋ ହାଲ୍ଲା ପରିସ୍ଥିତି ଉପୁଜିଥିଲା ।