ଟି-୨୦ ବିଶ୍ୱକପ୍‌ ଆରମ୍ଭରୁ ମହିଳା କ୍ରିକେଟ୍‌ ଟିମ୍‌ର ବିଜୟର ଧାରା

ସିଡ୍‌ନୀ: ଆରମ୍ଭ ହୋଇଛି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ । ଟି୨୦ ଓ୍ୱାର୍ଲଡ କପ୍‌ ଆରମ୍ଭରୁ ମହିଳା କ୍ରିକେଟ୍ ଟିମ୍‌ର ବିଜୟର ଧାରା ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଅଷ୍ଟ୍ରେଲିଆ ୧୧୫ ରନ୍‌ କରି ପରାଜୟ ହାସଲ କରିଥିଲା । ସେପଟେ ଆସନ୍ତା ୨୪ ତାରିଖରେ ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଉଭରରେ ୧୩୩ ରନ୍‌ର ଟାର୍ଗେଟ ହେଇଥିଲା । ଭାରତୀୟ ଦଳକୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୪ ଓଭରରେ ୪୦ ରନ୍‌ଯୋଡ଼ିଥିଲେ । ସେପଟେ  ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମା ନଜ ଟିମ ପାଇଁ ୫୩ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇ ଥିଲେ ।

ଏହାପରେ ବଳକା ୪ ଓଭରରେ ଭାରତୀୟ ଦଳ ମାତ୍ର ୩୨ ରନ୍‌କରି ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ୍‌କରିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ । ଦୀପ୍ତ ୪୯ ଓ ବେଦ କ୍ରିଷ୍ଣମୂର୍ତ୍ତି ୯ ରନ୍‌କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଜେସ ଜୋନାସେନ ଦୁଇଟି ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ହୋଇଯାଇଛି।

କେବଳ ଆଲିସା ହେଲି ୫୧ ଓ ଆଶଲେ ଗାର୍ଡନର (୩୪)ଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ପୁନମ ଯାଦବ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଶିକ୍ଷା ପାଣ୍ଡେ ୩ ଉଇକେଟ ନେଇଥିଲେ।

Leave a Reply