କଟକ ସହରରେ ଜୋରସୋର ଚାଲିଛି ମାଆଙ୍କ ମୂର୍ତ୍ତି ନିର୍ମାଣ କାମ

1 min read

କଟକ : କଟକରେ ଜମିଲାଣି ପାର୍ବଣ ମାହୋଲ । ଦଶହରା ପାଖେଇ ଆସୁଥିବାରୁ ବିଭିନ୍ନ ମଣ୍ଡପରେ ଜୋରସୋର ଚାଲିଛି ପ୍ରସ୍ତୁତି । ଅଧିକାଂଶ ମଣ୍ଡପ ଗୁଡ଼ିକରେ ମାଆଙ୍କ ମୂର୍ତ୍ତିକାମ ଆଗେଇ ଚାଲିଛି । ମୂର୍ତ୍ତି ସବୁ ଏକମାଟିଆ ସରିଥିବାବେଳେ ଦୋମାଟିଆ କରି ମହାଳୟାରୁ ଆରମ୍ଭ ହେବ ଖଡ଼ିଚଢ଼ା । ରାଜ୍ଯ ବାହାରୁ କାରିଗରମାନେ ଆସି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ସେପଟେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ପୂଜକ ।

ମୂର୍ତ୍ତି ଗଢ଼ା ସାଙ୍ଗକୁ ମେଢ଼ କାମ ବି ଜୋରସୋରରେ ଆଗେଇ ଚାଲିଛି । ବିଶେଷ କରି ଜରି ମେଢ କାରିଗର ଜାପାନୀ ସିଂଙ୍କ ଟିମକୁ ଏବେ ଫୁରସତ ନାହିଁ । ସୁନେଲି ଓ ରୂପେଲି ମେଢ ନିର୍ମାଣ ପାଇଁ କଟକ ସହର, ରାଜ୍ୟ ଓ ରାଜ୍ଯ ବାହାରୁ ବଇଣା ଆସିଛି । ୧୦-୧୨ ଦିନ ଭିତରେ ମେଢ କାମ ସାରି ପୂଜା ମଣ୍ଡପକୁ ପଠାଇବେ । କଟକର ବିଭିନ୍ନ ସ୍ଥାନରେ ସୁନା, ଚାନ୍ଦି ମେଢ଼ ବଢ଼ିଥିଲେ ସୁଦ୍ଧା ଜରିମେଢ଼ ଅଧିକ ଆକର୍ଷଣୀୟ ହେଉଥିବା କହିଛନ୍ତି କାରିଗର । ବର୍ଷା ଯୋଗୁଁ କାମ ସାମାନ୍ଯ ମାନ୍ଦା ଥିବାବେଳେ ଆଗକୁ ପାଗ ଅନୁକୂଳ ହେଲେ ଦୁର୍ଗାପୂଜା ପ୍ରସ୍ତୁତି ଆହୁରି ଜୋର ଧରିବ ବୋଲି ସମସ୍ତଙ୍କ ଆଶା ରଖିଛନ୍ତି ।