ଭୁଶୁଡ଼ିଲା କୋଠା: ୨ ମୃତ, ୭ ଆହତ

1 min read

ରାଜସ୍ଥାନ ଜୟପୁରରେ ଭୁଶୁଡ଼ିଲା କୋଠା। ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୭ ଜଣ। ଜୟପୁରର ସୁଭାଷ ଛକରେ ଘଟିଛି ଅଘଟଣ। କ୍ରମାଗତ ବର୍ଷା ଯୋଗୁ ଏହି ଅଘଟଣ ଘଟିଛି। ଏଡିସିପି ଉତ୍ତର ଦୁର୍ଗସିଂ ରାଜପୁରୋହିତ କହିଛନ୍ତି- କୋଠାଟି ଭୁଶୁଡିବାବେଳେ ଘର ଭିତରେ ଥିଲେ ୧୯ଜଣ। ୨ ଜଣ ପ୍ରାଣ ହରାଇଥିବାବେଳେ ୭ ଆହତ ହୋଇଛନ୍ତି। ଅନ୍ଯମାନେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ବିପନ୍ନଙ୍କୁ ଉଦ୍ଧାର କରିଥିଲେ। ଗତ ୩ ଦିନ ଧରି ରାଜସ୍ଥାନରେ କ୍ରମାଗତ ବର୍ଷା ଜାରି ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସେପଟେ ରାଜ୍ୟରେ ଆସନ୍ତା ୨ ଦିନ ଆହୁରି ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।