spot_img

Latest Posts

ଆଜି ପାଟନାରେ କଂଗ୍ରେସର ମହାସମାବେଶ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ସେପଟେ ଆଜି ପାଟନାରେ କଂଗ୍ରେସର ମେଗାସମାବେଶ। ଭୋଟ ଚୋରି ବିରୋଧରେ ଅଭିଯାନ ପରିପ୍ରେକ୍ଷୀରେ ଏହି ରାଲିର ଆୟୋଜନ କରାଯାଇଛି। ଗାନ୍ଧି ମଇଦାନରେ ହେବାକୁ ଥିବା ସମାବେଶରେ ସାମିଲ ହେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ।  ଏହି ରାଲି ଗତ ଅଗଷ୍ଟ ୧୭ରୁ ସାସାରାମରୁ ଆରମ୍ଭ ହୋଇଥିଲା। ପରେ ଏହା କୁଟୁମ୍ବା, ଔରାଙ୍ଗାବାଦ, ପୁନାମା ନବାଦା, ସିକନ୍ଦର, ଜାମୁଇ, ମୁଙ୍ଗେର, ସୁଲତାନଗଞ୍ଜ, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢ଼ି, ପଶ୍ଚିମ ଚମ୍ପାରନ, ଆରା ଦେଇ ପାଟନାରେ ପହଞ୍ଚିଥିଲା। ୧୬ ଦିନର ଏହି ଯାତ୍ରା ୨୦ ଜିଲ୍ଲା ଦେଇ ୧୩ଶହ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପ୍ରାୟ ୧୧୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ ଏହି ଯାତ୍ରା ଯାଇଥିଲା।  ସ୍ବଚ୍ଛ ଭୋଟର ତାଲିକା ଓ ଅବାଧ ନିର୍ବାଚନ ଲାଗି ଜନସାଧାରଣଙ୍କୁ ସାମିଲ କରିବା ନିମନ୍ତେ କଂଗ୍ରେସ  votechori.in ପୋର୍ଟାଲ ଲଞ୍ଚ କରିଥିଲା। ଏହି ପୋର୍ଟାଲରେ ନିଜର ମତ ଉପସ୍ଥାପନ କରିବା ଲାଗି ଆହ୍ବାନ ଦିଆଯାଇଥିଲା ।

Latest Posts

Don't Miss