ଓଡ଼ିଶାରେ କେତେ ଟଙ୍କାରେ ବିକ୍ରି ହେବ ଅଣ୍ଡା ?

1 min read

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ଗୋଟିଏ ରେଟ୍‌ ହେବ ନା ଭିନ୍ନ ? ଗୋଟିଏ ଅଣ୍ଡାକୁ କେତେ ଟଙ୍କାରେ ବିକିବେ ବ୍ୟବସାୟୀ ? କେତେ ଟଙ୍କା ଲାଭ ରଖିବେ ଟ୍ରେଡର୍ସ ? ଏଣିକି ଏସବୁ ନିର୍ଦ୍ଧାରଣ କରିବ ଓଡ଼ିଶା । ପ୍ରତିଦିନ ନ୍ୟାସନାଲ ଏଗ୍‌ କୋ ଅର୍ଡିନେସନ କମିଟିର ଓଡ଼ିଶା ଚାପ୍‌ର ପ୍ରସ୍ତୁତ କରିବ ରେଟ ଚାର୍ଟ । ଏହି ଚାର୍ଟ ସାରା ରାଜ୍ୟ ପାଇଁ ଲାଗୁ ହେବ । ରାଜ୍ୟର ୧୫୦ ଚାଷୀଙ୍କୁ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଓଡ଼ିଶା ଚାପ୍ଟର ।  ବିଜ୍ଞାପନ ମାଧ୍ୟମରେ ଖାଉଟି ଜାଣିବେ ନିତିଦିନର ଅଣ୍ଡା ଦର । ଫେବୃୟାରୀ ୨୦ ତାରିଖରୁ କମିଟି ତାର କାମ ଆରମ୍ଭ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏସନ୍‌ ।

ପୂର୍ବରୁ ନ୍ୟାସନାଲ ଏଗ୍‌ କୋର୍ଡିନେସନ କମିଟିର ବିଜୟୱାଡା ଜୋନ୍‌ ଦର ନିର୍ଦ୍ଧାରଣ କରୁଥିଲା । ଯାହାକୁ ଓଡ଼ିଶା ବ୍ୟବସାୟୀମାନେ ଲାଗୁ କରୁଥିଲେ । ସେପଟେ ଓଡ଼ିଶାରେ କୁକୁଡା ଖାଦ୍ୟର ଅହେତୁକ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଚାଷୀ । ମକା ଏବଂ ସୋୟାବିନ୍‌ରେ କେନ୍ଦ୍ର ସରକାର MSP ବୃଦ୍ଧି କରିବାରୁ ଏଭଳି ସ୍ଥିତି ଉପୁଜିଛି । ଏଥିପାଇଁ ରାଜ୍ୟର ସମସ୍ତ ଚାଷୀ ଏକାଠି ହୋଇ ଅଣ୍ଡାର MSP ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ।

ଓଡିଶାରେ ଦିନକୁ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୯୫ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି । ବାକି ଅଣ୍ଡା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ୨ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଣ୍ଡା ଶିଳ୍ପ ବନ୍ଦହେବ ବୋଲି ଚାଷୀମାନେ କହିଛନ୍ତି ।

Leave a Reply