୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ବଜେଟ

1 min read

ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଧାନସଭାରେ ଆଜି ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ ବଳକା ବଜେଟ୍‌ । ଏଥିରେ ରାଜସ୍ୱ ବଳକା ପରିମାଣମ ୯ ହଜାର ୫୦୯ କୋଟି ଟଙ୍କା ଦର୍ଶାଯାଇଛି । ଚଳିତଥର ପେପରଲେସ୍‌ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଅର୍ଥମନ୍ତ୍ରୀ ଆଇପ୍ୟାଡ୍‌ରୁ ବଜେଟ୍‌ ପଢ଼ିଥିଲେ । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସଶକ୍ତୀକରଣ ପ୍ରୟାସ ଜାରି ରହିଛ । ସାଢ଼େ ୪ କୋଟି ଓଡ଼ିଶାବାସୀ ନବୀନଙ୍କୁ ସେବାର ସୁଯୋଗ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ୱପ୍ରସିଦ୍ଧ ।

 

ରାଜ୍ୟକୁ ବିଦେଶୀ ପୁଞ୍ଜି ଆଗମନ ବଢ଼ିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ବଜେଟ୍‌ ହିସାବ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷ ରାଜସ୍ୱ ଆୟ ୧ ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କା ହେବ । ଋଣ ଓ ଅନ୍ୟାନ୍ୟ ବାବଦରୁ ଆସିବ ୨୫ ହଜାର ୭୦୦ କୋଟି ଟଙ୍କା । ସେହିପରି ରାଜ୍ୟର ନିଜସ୍ୱ ଟିକସ ୩୮ ହଜାର ୩୫୦ କୋଟି, ନିଜସ୍ୱ ଅଣ- ଟିକସ ୧୭ ହଜାର ୬୫୦ କୋଟି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୩୬ ହଜାର ୩୦୦ କୋଟି ଓ କେନ୍ଦ୍ରରୁ ୩୨ ହଜାର କୋଟି ଟଙ୍କା ମିଳିବ ।

Leave a Reply