spot_img

Latest Posts

୪ ମହଲା କୋଠା ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ, ୮ ଆହତ; ଅନେକ ଫସି ରହିଥିବା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ  :  ମହାରାଷ୍ଟ୍ରର ଭାସାଇ-ଭିରାରରେ ଘଟିଛି ଏକ ବଡ଼ ଅଘଟଣ । ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଭୁଶୁଡ଼ି ପଡିଲା ଏକ ଚାରି ମହଲା କୋଠା । ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ କୋଠାଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି, ଆହୁରି ୧୫ରୁ ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।

ସୂଚନା ମୁତାବକ ଭିରାର ରମାବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି ରେସ୍କ୍ୟୁ ଅପରେଜନ ଜାରି କରିଥିଲେ । ତେବେ କୋଠାର ଭଗ୍ନାବଶେଷରେ ଏବେ ବି ୧୫ ରୁ ୨୦ ଜଣ ନାଗରିକ ଫସି ରହିଥିବା ଆଶଙ୍କା କରାଯାଉଛି।

ଏହି କୋଠା ଦଶ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଏବଂ ନଗର ନିଗମ ଏହାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କୋଠା ଘୋଷଣା କରିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ JCBର ଆବଶ୍ୟକ ହେବ ବୋଲି କୁହାଯାଉଛି ।  ଏପର୍ଯ୍ୟନ୍ତ ୮ଜଣଙ୍କୁ ଉଦ୍ଧାର କରି VVCMC ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ମୃତାହତକୁ ଏଡାଇବା ପାଇଁ କର୍ତ୍ତୃପକ୍ଷ କୋଠାର ଅନ୍ୟ ଅଂଶକୁ ଖାଲି କରାଇଦେଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନାହିଁ ।

Latest Posts

Don't Miss