ରାଜ୍ୟରେ ନନଷ୍ଟପ୍ ବର୍ଷା ଆସନ୍ତା ୫ ଦିନ ଯାଏ ନାହିଁ ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ପୁଣି ଲଘୁଚାପ, ପୁଣି ବର୍ଷା । ରାଜ୍ୟରେ ଥମିବନି ବର୍ଷା ପ୍ରକୋପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଆଜି ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  ।  ୨୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଂଟାରେ କଳାହାଣ୍ଡିର ଜିଲ୍ଲାରେ ସର୍ବାଧିକ ୭୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ତେବେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।