ଦକ୍ଷିଣ କୋରିଆକୁ ଉତ୍ତର କୋରିଆର ଚେତାବନୀ : ଟେନସନ୍ ଦେଲେ ସ୍ଥିତି ଭୟଙ୍କର ହେବ…

1 min read

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ କାରିଆର ସେନା ସୀମା ନିକଟରେ ଉତ୍ତର କୋରିଆ ସୈନିକଙ୍କ ଉପରେ ଆକ୍ରମଣ କରିଥିବା ଉତ୍ତର କୋରିଆ  ଅଭିଯୋଗ ଆଣିଛି ।  ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଚେତାବନୀ ଦେଇ କହିଛି, ଯଦି ଏହି ଉତ୍ତେଜନା ଏତେ ବଢିଯିବ ଯେ ନିୟନ୍ତ୍ରଣ କରିବା କଷ୍ଟ ହୋଇଯିବ । ଉତ୍ତର କୋରିଆ ସେନା ଲେଫ୍ଟନାଣ୍ଟ ଜେନେରାଲ ଜୋଙ୍ଗ ଚୋଲଙ୍କ ଅନୁଯାୟୀ, ମଙ୍ଗଳବାର ଦିନ ଉତ୍ତର କୋରିଆ ସୈନିକମାନେ ସୀମାକୁ ସ୍ଥାୟୀ ଭାବରେ ସିଲ୍ କରିବା ପାଇଁ କାମ କରୁଥିବା ସମୟରେ ସଂଘର୍ଷ ଘଟିଥିଲା। ଦକ୍ଷିଣ କୋରିଆ ଏହି ଘଟଣାକୁ ନିଶ୍ଚିତ କରିନାହିଁ।

ଦୁଇ ଦେଶ ମଧ୍ୟରେ ଶେଷ ସଂଘର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା, ଯେତେବେଳେ ଦକ୍ଷିଣ କୋରିଆ ସେନା ୧୦ ଜଣ ଉତ୍ତର କୋରିଆ ସୈନିକଙ୍କ ଉପରେ ଗୁଳି ଚଳାଇଥିଲା। ଦକ୍ଷିଣ କୋରିଆ କହିଛି ଯେ ସୈନିକମାନେ ସୀମା ପାର କରିବାକୁ ଚେଷ୍ଟା କରୁଥିଲେ, ତେଣୁ ଏହି ଚେତାବନୀ ଦିଆଯାଇଥିଲା। ଦୁଇ ଦେଶ ମଧ୍ୟରେ ଥିବା ଡିମିଲିଟାରାଇଜଡ୍ ଜୋନରେ ଉତ୍ତର କୋରିଆ ସୈନିକମାନଙ୍କୁ ଦେଖାଯାଇଥିଲା। ଏହି ଜୋନର କିଛି ଅଂଶରେ ବହୁ ସଂଖ୍ୟକ ଲ୍ୟାଣ୍ଡମାଇନ୍ ଏବଂ ଘନ ଜଙ୍ଗଲ ରହିଛି।

ଉତି୍ତର କୋରିଆ 2୦୨୪ରେ ଘୋଷଣା କରିଥିଲା ଯେ ସେ ଦକ୍ଷିଣ ସୀମାକୁ ପୁରା ବନ୍ଦ କରିବାକୁ ଯାଉଛି । ଏହାର କିଛି ସମୟ ପରେ ଉତ୍ତର କୋରିଆ ଉତ୍ତର- ଦକ୍ଷିଣକୁ ସଂଯୋଗ କରୁଥିବା ରାସ୍ତା ଓ ରେଳପଥକୁ ବୋମା ମାଡ କରିଥିଲା । ଏହି ରାସକ୍ତା ଓ ରେଳପଥ କୌଣସି କାମରେ ଆସୁନଥିଲା । ଏବେ ଉତ୍ତର କୋରିଆ କରିଛି ଯେ ଯଦି ଦକ୍ଷିଣ କୋରିଆ ସୀମା ସିଲ କରିବା କାମରେ ଦଖଲ ଦିଏ ତେବେ ଏହାର ଜବାବ ଦିଆଯିବ  ।

ଅନ୍ୟପଟେ ରାଷ୍ଟ୍ରପତି ଲି ବିନା ସର୍ତ୍ତରେ ଉତ୍ତର କୋରିଆ ସହିତ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଗତ ସପ୍ତାହରେ କହିଥିଲେ ଯେ ତାଙ୍କ ସରକାର ଉତ୍ତେଜନା ହ୍ରାସ କରିବା ଏବଂ ବିଶ୍ୱାସ ଫେରାଇ ଆଣିବା ପାଇଁ ନିରନ୍ତର ପଦକ୍ଷେପ ନେବ। ତଥାପି, ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ କହିଛନ୍ତି ଯେ ଦକ୍ଷିଣ କୋରିଆ ସହିତ ସମ୍ପର୍କ ଉନ୍ନତ କରିବାକୁ ଆମର କୌଣସି ଇଚ୍ଛା ନାହିଁ। ଉଭୟ କୋରିଆ ବୈଷୟିକ ଭାବରେ ଯୁଦ୍ଧରେ ଅଛନ୍ତି। କାରଣ ୧୯୫୦-୫୩ କୋରିଆ ଯୁଦ୍ଧ ଶାନ୍ତି ଚୁକ୍ତି ବଦଳରେ ଯୁଦ୍ଧବିରାମ ସହିତ ଶେଷ ହୋଇଥିଲା।