ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇଗୋଷ୍ଠୀ ପିଟାପିଟି : ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଗୋପାଳପୁର ଥାନା ଘେରାଉ
1 min read
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇଗୋଷ୍ଠୀ ପିଟାପିଟି।କିଛି ଛାତ୍ର ଆହତ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ଯାମ୍ପସ୍ ଭିତରେ ଏହି ଘଟଣା ଘଟିଛି।ଆହତଙ୍କ ମଧ୍ୟରୁ କିଛି ଛାତ୍ର ବ୍ରହ୍ମପୁର MKCGରେ ଚିକିତ୍ସିତ ହୋଇଛନ୍ତି। ଯୁକ୍ତିତର୍କରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲରେ ପ୍ରତିକ୍ରିୟା ରଖିଛନ୍ତି ଜଣେ ଆହତ ଛାତ୍ର। ସେପଟେ ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣାରେ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୋପାଳପୁର ଥାନା ଘେରାଉ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଥାନା ଘେରାଉ ହୋଇଥିଲା। ରମେଶ ଜେନାଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ କଂଗ୍ରେସ କର୍ମୀ ଓ ବିଶ୍ବବିଦ୍ୟାଳୟର ଛାତ୍ର ମାନେ ଘେରାଉରେ ସାମିଲ ହୋଇଥିଲେ।
ଗତକାଲି ରାତିରେ ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।ଅଣଛାତ୍ରର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ର ଅଭିଳାଷ ମିଶ୍ର।